Mon. May 20th, 2024

ଏଲ୍‌ଏସି ନେଇ ଭାରତ-ଚୀନର ୧୦ମ କମାଣ୍ଡର ସ୍ତରୀୟ ବୈଠକ ଆଜି

By amfnews Feb 20, 2021 #Featured
116 Views

ନୂଆଦିଲ୍ଲୀ, ଫେବୃଆରୀ ୨୦ : ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନେଇ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦେଖାଯିବା ପରେ ପୋଙ୍ଗାଙ୍ଗ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ ପାଶ୍ୱର୍ରୁ ୨ ଦେଶର ସେନା ପଛକୁ ଫେରିଛନ୍ତି । ଏହି କ୍ରମରେ ଆଜି ଭାରତ ଓ ଚୀନ ମଧ୍ୟରେ ୧୦ମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ପୂର୍ବାହ୍ନ ୧୦ଟାରେ ଚୀନ ପାଶ୍ୱର୍ରେ ଥିବା ଏଲଏସିର ମାଲଡୋରେ ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ସେନା ସୂତ୍ରରୁ ଗଣମାଧ୍ୟମକୁ ସୂଚନା ମିଳିଛି । 

ସୂତ୍ର ଅନୁସାରେ ପୋଙ୍ଗାଙ୍ଗ ହ୍ରଦରୁ ଉଭୟ ଦେଶର ସେନା ପଛକୁ ଫେରିବା ପରେ ଭାରତ ଓ ଚୀନର କମାଣ୍ଡରମାନେ ସ୍ଥିତି ଓ ଭବିଷ୍ୟତ ରୂପରେଖ ନେଇ ଆଲୋଚନା କରିବେ । ପୂର୍ବରୁ ବିଭିନ୍ନ ସମୟରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ସ୍ତରରେ ଆଲୋଚନା ହୋଇଛି । 

ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନର ସଂପର୍କରେ ଲାଗିରହିଥିବା ବରଫ ଧୀରେ ଧୀରେ ତରଳିବାରେ ଲାଗିଛି । ଉତ୍ତେଜନା ହ୍ରାସ ପାଇଥିବା ବେଳେ ପ୍ରଥମ ଥର ଚୀନ ସ୍ୱୀକାର କରିଛି ଯେ, ଗଲୱାନରେ ତାର ସୈନିକଙ୍କର ମୃତ୍ୟୁ ହୋଇଥିଲା । ଚୀନ ଗତ ବର୍ଷ ଜୁନ ମାସରେ ହୋଇଥିବା ରକ୍ତାକ୍ତ ହିଂସାରେ ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ପ୍ରଦାନ କରିଛି । ଏହି ହିଂସାକାଣ୍ଡରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ।

By amfnews

Related Post