Mon. May 20th, 2024

ସେକ୍ଟର-୧୬ରେ ଉଜ୍ୱଳ ଯୋଜନାରେ ମାଗଣା ଗ୍ୟାସ ବଣ୍ଟନ

rklsanchar@gmail.com' By J.N. Pradhan Jun 30, 2018 #Featured
225 Views

ରାଉରକେଲା, ୩୦/୬: ସେକ୍ଟର-୧୬ ଅଞ୍ଚଳରେ ଥିବା ଜଗନ୍ନାଥପଲୀ, ଶିବାଜୀ ନଗର ଓ ପିଏଚ୍ କଲୋନୀରେ ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ବଣ୍ଟନ କରାଯାଇଛି । ଭାଜପା ଯୁବ ମୋର୍ଚ୍ଚା ଓ ସୂର୍ଯ୍ୟ ଫାଉଣ୍ଡେସନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଭାଜପା ରାଜ୍ୟ ସମ୍ପାଦକ ଧିରେନ ସେନାପତି ମୁଖ୍ୟ ଅତିଥି ଏବଂ ଏସ୍ସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଦୁର୍ଗା ତନ୍ତୀ ଓ ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର ବିରଗଣ୍ଠିଆ, ମଣ୍ଡଳ ସଭାପତି ଅଜୟ କଂସାରୀ, ସୂର୍ଯ୍ୟ ଫାଉଣ୍ଡେସନର ଆଦିତ୍ୟ ତିୱାରୀ, ମଣ୍ଡଳ ପୂର୍ବମୋର୍ଚ୍ଚା ସଭାପତି ମନୋଜ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା ।

ବରିଷ୍ଠ ନେତା ସୁଶାନ୍ତ ମହାପାତ୍ର, ଜିତେନ୍ଦ୍ର ଚୌହାନ, ଦୀପକ ସାହୁ, ଆଦିତ୍ୟ ଗୋଚ୍ଛାୟତ, ସତ୍ୟବ୍ରତ ନାୟକ, ମନୋରଞ୍ଜନ ନନ୍ଦ, ଏଚ୍.ପି ଗ୍ୟାସର ଗ୍ରାହକ ମିତ୍ର ନିରୋଶା ନାୟକ, ବୀଣା ଶ୍ରୀରାମ ଓ ରେଖା ବେହେରା, ଲିଲି ସୁନା ସହଯୋଗ କରିଥିଲେ ।

Related Post