Tue. Sep 22nd, 2026

ସମାଜବାଦୀ ପାର୍ଟିର ଦଳୀୟ କର୍ମୀ ତାଙ୍କ ଦଳର କର୍ମୀଙ୍କଠାରୁ ଅନେକ କିଛି ଶିଖିବା ଉଚିତ : ମାୟାବତୀ

345 Views

ଫିରୋଜାବାଦ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ସମାଜବାଦୀ ପାର୍ଟିର ଦଳୀୟ ନେତା ଏବଂ କର୍ମୀ ତାଙ୍କ ଦଳର ନେତା ଏବଂ କର୍ମୀଙ୍କଠାରୁ ଅନେକ କିଛି ଶିଖିବା ଉଚିତ। । ଗତକାଲି ଉତ୍ତର ପ୍ରଦେଶର ରାମପୁର ଠାରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ବରିଷ୍ଠ ନେତାମାନେ ଏକ ମିଳିତ ସମାବେଶ କରି ବିଜେପିକୁ ଟାର୍ଗେଟ କରିଛନ୍ତି ।

ପରେ ଫିରୋଜାବାଦଠାରେ ଏକ ସଭାରେ ଉଦବୋଧନ ଦେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ବିଏସପିର କର୍ମୀମାନେ ଅତି ନିଷ୍ଠାପର ଏବଂ ସେମାନେ ଦଳପାଇଁ ଜୀବନ ଦେଇପାରନ୍ତି। ପରେ ମାୟାବତୀ ରାଗି ଯାଇ ମାୟାବତୀ କହିଥିଲେ, ଆପଣମାନେ (ସମାଜବାଦୀ କାର୍ଯ୍ୟକର୍ତ୍ତା) କେବଳ ସ୍ଲୋଗାନ ଓ ଚିତ୍କାର କରୁଛନ୍ତି । ସମାଜବାଦୀ ପାର୍ଟିର କର୍ମକର୍ତ୍ତାମାନଙ୍କୁ ବହୁଜନ ସମାଜ ପାର୍ଟିର କର୍ମୀଙ୍କ ଠାରୁ ବହୁ କିଛି ଶିଖିବାର ଅଛି ।

ମାୟାବତୀ କହିଛନ୍ତି, କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେଲେ, ସରକାରୀ ଏବଂ ଘରୋଇ ସଂସ୍ଥାରେ ଗରିବଙ୍କୁ ସ୍ଥାୟୀ ରୋଜଗାର ଦିଆଯିବ । ମେଣ୍ଟ ସରକାର ସମସ୍ତଙ୍କ ମଙ୍ଗଳ ନୀତିରେ କାମ କରିବ ।

By amfnews

Related Post