Thu. Jul 23rd, 2026

ଏଥର ବିଜେପି ବହୁତ କମ୍‌ ଆସନ ପାଇବ, ତେଣୁ ତାଙ୍କ ନେତାମାନେ ବିଭ୍ରାନ୍ତିକର କଥା କହୁଛନ୍ତି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

376 Views

କୁଚିଣ୍ଡା: ଏଥର ବିଜେପି ବହୁତ କମ୍‌ ଆସନ ପାଇବ, ସେଥିପାଇଁ ତାଙ୍କ ନେତାମାନେ ବିଭ୍ରାନ୍ତିକର କଥା କହୁଛନ୍ତି ବୋଲି ରବିବାର ପୂର୍ବାହ୍ନରେ କୁଚିଣ୍ଡା ସହରର ମୁକୁନ୍ଦି ଖେଳ ପଡ଼ିଆରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି: କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି, କିନ୍ତୁ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାର ଅର୍ଥ ଦୁଇଟି କିସ୍ତିରେ ଦିଆଯିବ।

ବିଜେଡି ମହିଳାଙ୍କୁ ହକ୍‌ ଦେଇଛି। ମିସନ୍‌ ଶକ୍ତି ମହିଳାଙ୍କୁ ସହାୟତା ଦେଉଛି। ଭୋଟ୍‌ ସମୟ ଆସିଥିବାରୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଆସୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ କୁଆଡ଼େ ଥିଲେ ବୋଲି ପଚାରିବାକୁ ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କୁ କହିଥିଲେ। କେନ୍ଦ୍ର ଅନୁସୂଚୀତ ଜାର୍ତି/ଜନଜାତି ବିଦ୍ୟାର୍ଥୀଙ୍କ ବୃତ୍ତି ଅର୍ଥ ବନ୍ଦ କଲା। କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେଲେ ନାହିଁ।

ସାଢ଼େ ଚାରିକୋଟି ରାଜ୍ୟବାସୀ ମୋର ପରିବାର। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ବିଜେଡିର ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ଓ ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାୟକଙ୍କୁ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିଥିଲେ।

By amfnews

Related Post