Tue. Sep 22nd, 2026

କଲମ୍ବୋରେ ଏକାଧିକ ସ୍ଥାନରେ ବିସ୍ଫୋରଣ: ୪୯ ମୃତ ୨୦୦ରୁ ଅଧିକ ଆହତ

377 Views

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଏକାଧିକ ସ୍ଥାନରେ ବିସ୍ଫୋରଣ ହୋଇଥିବା କଥା ରବିବାର ଦିନ ଶ୍ରୀଲଙ୍କା ପୁଲିସ କହିଛି। ଅନ୍ୟୂନ ତିନିଟି ଗୀର୍ଜା ଓ ଦୁଇଟି ପଞ୍ଚ-ତାରକା ହୋଟେଲ୍‌ରେ ଏହି ବିସ୍ଫୋରଣ ଘଟିଥିବା ପ୍ରକାଶ।

ବିସ୍ଫୋରଣ ଯୋଗୁଁ ଏପର୍ଯ୍ୟନ୍ତ ଅନ୍ୟୂନ ୪୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ବେଶୀ ଲୋକ ଆହତ ହୋଇଛନ୍ତି।ପୁଲିସ ଅଧିକାରୀଙ୍କ କଥାରୁ ଉଦ୍ଧାର କରି ଶ୍ରୀଲଙ୍କାର ‘ଡେଲି ମିରର୍‌’ ରିପୋର୍ଟ କରିଛି ଯେ ବାଟ୍ଟିକାଲୋଆର ଗୋଟାଏ ଗୀର୍ଜାରେ ବିସ୍ଫୋରଣ ଘଟିଛି। ସହରର ଦୁଇଟି ପଞ୍ଚତାରକା ହୋଟେଲ୍‌ରେ ମଧ୍ୟ ବିସ୍ଫୋରଣ ଘଟିଛି।

ଅନ୍‌ଲଙ୍କା ଡଟ୍‌ କମ୍‌ ରିପୋଟ୍‌ ଅନୁସାରେ, ଗୋଟିଏ ବିସ୍ଫୋରଣ କୋଚ୍ଚିକାଡ଼େର ସେଣ୍ଟ୍‌ ଆନ୍ଥୋନି ଗୀର୍ଜା ଏବଂ ଅନ୍ୟ ଗୋଟିଏ ବିସ୍ଫୋରଣ କାଟୁଆପିଟିୟାର ସେଣ୍ଟ୍‌ ସେସ୍‌ବାସ୍ତିଆନ୍‌ ଗୀର୍ଜାରେ ହୋଇଛି। ବିଦେଶୀ ପର୍ଯ୍ୟଟକଙ୍କ ସମେତ ୮୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆହତ ହୋଇଥିବା କଥା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଥିଲା।ଇଷ୍ଟର୍‌ ଅବସରରେ ନିର୍ଦ୍ଦିଷ୍ଟ ଭାବେ ଗୀର୍ଜାକୁ ଯାଉଥିବା ଲୋକଙ୍କୁ ଟାର୍ଗେଟ୍‌ କରାଯାଇଥିବା ଅନୁମାନ କରାଯାଉଛି।

By amfnews

Related Post