Fri. Sep 11th, 2026

ଶାହରୁଖ୍‌ ଖାନ୍‌ଙ୍କ ବାର୍ଥ ଡେ ପାର୍ଟିରେ ପହଞ୍ଚିଲା ପୁଲିସ୍‌ , ଜାଣନ୍ତୁ ତାପରେ କ’ଣ ହେଲା ?

373 Views

ମୁମ୍ବାଇ,ନଭେମ୍ବର ୦୩: ବଲିଉଡର ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଗତକାଲି ରାତିରେ ନିଜର ୫୩ତମ ବାର୍ଥ ଡେ ସେଲିବ୍ରେଟ୍‌ କରୁଥିଲେ। ଏହି ପାର୍ଟିରେ ସେ ତାଙ୍କର ଆଗାମୀ ସିନେମା ‘ଜିରୋ’ର ସହ କଳାକାର କାଟ୍ରିନା କୈଫ୍‌, ଅନୁଷ୍କା ଶର୍ମା ,ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ ଏବଂ ସଙ୍ଗୀତକାର ଅଜୟ-ଅତୁଲଙ୍କ ସମେତ କେତେକ ପାରିବାରିକ ବନ୍ଧୁଙ୍କ ସହ ମସ୍ତି କରୁଥିଲେ।

ଖାଲି ସେତିକି ନୁହେଁ ଏହି ପାର୍ଟିରେ ଅଭିନେତ୍ରୀ ସ୍ୱରା ଭାସ୍କର, ନିର୍ଦ୍ଦେଶକ ନିଖିଲ ଆଡଭାନି  ଏବଂ ନୃତ୍ୟ ନିର୍ଦ୍ଦେଶକ ବୋସ୍କୋ ସିଜର୍‌ ପ୍ରମୁଖ ବି ଉପସ୍ଥିତ ଥିଲେ। ଶାହରୁଖ୍‌ ଖାନ୍‌ଙ୍କ ଏହି ବାର୍ଥ ଡେ ପାର୍ଟି  ବିଳମ୍ବିତ ରାତିଯାଏଁ ଏକ ଜଣାଶୁଣା ରେସ୍ତୁରାଁରେ ଚାଲିଥିଲା। ସେଠାରେ ଏତେ ଜୋରରେ ମ୍ୟୁଜିକ୍‌ ବାଜୁଥିଲା ଯେ ତାହା ବିରକ୍ତିକର ଲାଗୁଥିଲା।ହଠାତ୍‌ ସେଠାରେ ପୁଲିସ୍‌ ପହଞ୍ଚି ସେହି ପାର୍ଟି ବନ୍ଦ କରିବାଲାଗି ନିର୍ଦ୍ଦେଶ ଦେଇଥିଲା। ରେସ୍ତୁରାଁରେ ପୁଲିସ୍‌ ପହଞ୍ଚିବା ଦେଖି  ବଲିଉଡର ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ସେଠାରୁ ଲୁଚି ପଳାଇଥିଲେ। ଏହାପରେ ସେଲିବ୍ରେସନ୍‌ ବନ୍ଦ ହୋଇଥିଲା।

By amfnews

Related Post