Fri. Oct 2nd, 2026

‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରୁ ବଳିଥିବା ପଥରରେ ନିର୍ମାଣ ହେବ ‘ଗେଟ୍‌ ଅଫ୍‌ ୟୁନିଟି’

502 Views

ନୂଆଦିଲ୍ଲୀ,ନଭେମ୍ବର ୦୩: ଦୁନିଆର ସବୁଠୁ ଉଚ୍ଚ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ତିଆରି ପରେ ବଳି ପଡ଼ିଥିବା ପଥରରେ ରାଜସ୍ଥାନର ସିକର ନିକଟରେ ତିଆରି ହେବ ‘ଗେଟ୍‌ ଅଫ୍‌ ୟୁନିଟି’।

୪୬ ଫୁଟ୍‌ ଉଚ୍ଚ ଏହି ତୋରଣ ବା ଗେଟ୍‌ରେ ରହିବ ସର୍ଦାର ପଟେଲଙ୍କ ଆବକ୍ଷ ପ୍ରତିମା ଓ ଜାତୀୟ ପତାକା। ଏଥିପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି। ଗୁଙ୍ଗରା ରାସ୍ତାରେ ଏହି ତୋରଣ ନିର୍ମାଣ କରାଯିବା ପାଇଁ ପବ୍ଲିକ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌ ଅନୁମତି ଦେଇ ସାରିଛି ବୋଲି ଖବର ମିଳିଛି।

‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିର୍ମାଣ ନିମନ୍ତେ ପାଖାପାଖି ଦେଢ଼ ଲକ୍ଷ ଲାଲ୍‌ ପଥର ଅଣାଯାଇଥିଲା। ଯାହାକିଛି ବଳକା ରହି ଯାଇଛି ତାହାକୁ ସିକରକୁ ନିଆଯାଉଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ନିର୍ମାଣରେ ପ୍ରମୁଖ ଅବଦାଦ ଦେଇଥିବା ଅନୀଲ ଧିଓ୍ଵାଙ୍କ ଉପରେ ଏହି ତୋରଣ ନିର୍ମାଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହି ଅଞ୍ଚଳରେ ପ୍ରାୟ ୫୦୦ ଚାରା ଲଗାଯିବ।

ଧିଓ୍ଵା କହନ୍ତି: ବଳକା ଜିନିଷ ବ୍ୟବହାର ନିଶ୍ଚିତ କରିବ ଯେ ୧୮୨ ମିଟର ଉଚ୍ଚ ଏବଂ ୧୭୦୦ ଟନ୍‌ ଭାରୀ ସର୍ଦାର୍‌ ପଟେଲ୍‌ଙ୍କ ମୂର୍ତ୍ତି ତିଆରିରେ କୌଣସି ଜିନିଷ ନଷ୍ଟ ହୋଇ ନାହିଁ।

By amfnews

Related Post