Mon. Sep 28th, 2026

ଯାତ୍ରା ଚାଲିଥିବା ବେଳେ ଛୁରାମାଡ଼

230 Views

ଭଦ୍ରକ : ଗତକାଲି ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଭଦ୍ରକ ଜିଲ୍ଲା ଚରମ୍ପାରେ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଆହତ ବ୍ୟକ୍ତି ନାଁ ଜିତ୍‌ ପଢ଼ିଆରୀ। ତାଙ୍କ ଘର ଚରମ୍ପାରେ। ଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ଯାତ୍ରା ଦେଖୁଥିବା ବେଳେ ଜିତ୍ ଓ ଅନ୍ୟ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଉକ୍ତ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରାମାଡ଼ କରିଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

By amfnews

Related Post