Tue. Jul 28th, 2026

ସରକାର ଗଢ଼ିବା ରାସ୍ତାରେ ଶିବସେନା, ‘ଫଡ଼ନାଭିସ ମୁଖ୍ୟମନ୍ତ୍ରୀ’

222 Views

ନୂଆଦିଲ୍ଲୀ: ଚଳିତ ବିଧାନସଭାର କଣ୍ଟ ପୂରିବାକୁ ହାତରେ ୭୨ ଘଣ୍ଚାରୁ କମ୍ ସମୟ ରହିଛି। ଏବେ ବିବାଦର ଆପୋଷ ସମାଧାନ ପାଇଁ ଦୁଇ ସହଯୋଗୀ ବିଜେପି-ଶିବସେନା ଆଗେଇ ଆସିଛନ୍ତି।  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ନାଗପୁରର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏଏସ) କାର୍ଯ୍ୟାଳୟକୁ ଯାଇ ମୋହନ ଭାଗବତଙ୍କୁ ଭେଟିଛନ୍ତି। ଅନ୍ୟପଟେ, ବିଜେପିର ଆଉ ଏକ ଟିମ୍ ଆଜି ରାତିରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ଘରକୁ ଯାଇ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଭେଟଘାଟ ବେଳେ ଶିବସେନା ଓ ବିଜେପି ଆପୋଷ ସମାଧାନ ପାଇଁ ଚେଷ୍ଟା କରିବେ।

ଗତକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟତମ ଶିବସେନା ନେତା କିଶୋର ତିଓ୍ୱାରୀ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖି ବିବାଦର ସମାଧାନ କରିବା ପାଇଁ ଆହ୍ୱାନ କରିଥିଲେ। ଏହାପରେ ଦେବେନ୍ଦ୍ର ଫଡ଼ନାଭିସ ଆଜି ଆରଏସଏସ କାର୍ଯ୍ୟାଳୟକୁ ଯିବା ଦୁଇ ସହଯୋଗୀଙ୍କୁ ଯୋଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ଜଣାପଡ଼ିଛି।

ଶିବସେନା ସହଯୋଗୀ ଦଳ। ରାଜ୍ୟବାସୀ ଉଭୟ ବିଜେପି ଓ ଶିବସେନାକୁ ମିଶାଇ ଜନାଦେଶ ଦେଇଛନ୍ତି। ଆଲୋଚନା ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ। ଶିବସେନା ତା ଆଡୁ କଥା ବାର୍ତ୍ତା ଆଗ ବନ୍ଦ କରିଛି, ବିଜେପି ନୁହେଁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ।

ସେହିପରି ଏବେ ସରକାରରେ ଶିବସେନା ସାମିଲ୍ ହେବା ସହ କିଛି ବଡ଼ ମନ୍ତ୍ରୀ ପଦ ନେବାକୁ ଚାହୁଁଛି। ବିଜେପି ମଧ୍ୟ ଏ ବାବଦରେ ଆଲୋଚନା କରୁଛି। ତେବେ ମୁଖ୍ୟମନ୍ତ୍ରୀ ଆସନ ବିଜେପି ପାଖରେ ରହିବ। ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣେ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

By amfnews

Related Post