Mon. Sep 14th, 2026

ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

272 Views

ବ୍ରହ୍ମଗିରି, ନଭେମ୍ବର ୨୬: ହକି ବିଶ୍ୱକପ୍‌କୁ ଆଖିଆଗରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀପନ ପଟ୍ଟନାୟକ ମୋ ସାଇକେଲ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏୟାରପୋର୍ଟ ଛକ ପାଖରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ସ୍ୱଳ୍ପ ଖର୍ଚ୍ଚରେ, ସୁସ୍ଥ ଭାବରେ ଓ ସଅଳ ଯାତ୍ରାର ବିକଳ୍ପ ଭାବେ ରାଜ୍ୟ ସରକାର ଭୁବନେଶ୍ୱରରେ ମୋ ସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି। ମୋ ସାଇକେଲ ଅଭିଯାନରେ ରାଜଧାନୀରେ ପ୍ରାୟ ୨ ହଜାର ସାଇକେଲ ଗଡ଼ିବ। ଏହି ସବୁ ସାଇକେଲରେ ଜିପିଏସ ବ୍ୟବସ୍ଥା ରହିଛି। ଏହି ମୋ ସାଇକେଲ ଅଭିଯାନରେ ସାମିଲ ହୋଇ ନାମ ପଞ୍ଜିକୃତ କରିଥିବା ବ୍ୟକ୍ତିଙ୍କୁ ପଥମ ଅଧଘଣ୍ଟା ପାଇଁ ମାଗଣାରେ ସାଇକେଲ ମିଳିବ। ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ମନ୍ତ୍ରୀ ନିରଞ୍ଜନ ପୁଜାରୀ ।ଯୋଗ ଦେଇଥିଲେ। ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାଇକେଲ ଷ୍ଟେସନମାନ ଖୋଲାଯାଇ ଲୋକମାନଙ୍କ ପାଇଁ ସାଇକେଲ ଉପଲବ୍ଧ କରାଯିବ।

By amfnews

Related Post