Sat. Jun 13th, 2026

‘ବିମାନରେ ଆତଙ୍କବାଦୀ ଅଛନ୍ତି’: ଟେକ୍ସଟ୍‌ ମେସେଜ୍‌ ଯୋଗୁଁ କୋଲ୍‌କାତା-ମୁମ୍ବାଇ ବିମାନରେ ଚହଳ

222 Views

କୋଲ୍‌କାତା, ନଭେମ୍ବର ୨୬: ସୋମାବାର ସକାଳେ ଏକ ଟେକ୍ସଟ୍‌ ମେସେଜ୍‌ ଯୋଗୁଁ କୋଲ୍‌କାତା ବିମାନ ବନ୍ଦରରେ ଧୀରେ ଧୀରେ ରନ୍‌େଓ୍ଵ ଆଡ଼କୁ ଗଡୁଥିବା ଗୋଟାଏ ମୁମ୍ବାଇଗାମୀ ଜେଟ୍‌ ଏୟାର୍‌ଓଏଜ୍‌ ବିମାନରେ ନିରାପତ୍ତା ତତ୍ପରାତା ଦେଖା ଦେଇଥିଲା। ‘ବିମାନରେ ଆତଙ୍କବାଦୀ ଅଛନ୍ତି’ ବୋଲି ଟେକ୍ସ୍‍ଟ୍‌ ମେସେଜ୍‌ ଟାଇପ୍‌ କରୁଥିବା ଜଣେ ଯାତ୍ରୀଙ୍କୁ ଏଥି ନିମନ୍ତେ ଅଟକା ଯାଇ ପଚରା ଉଚୁରା କରାଯାଉଛି।

ଏ ଭଳି ମେସେଜ୍‌ ଟାଇପ୍‌ କରୁଥିବା ଯାତ୍ରୀଙ୍କର ଜଣେ ସହଯାତ୍ରୀ ଦେଖି ପାରି ବିମାନ ପରିଚାରକଙ୍କୁ ସୂଚନା ଦେଇଥିଲେ। ଏ କଥା ପରିଚାରକ ବିମାନର କମାଣ୍ଡର୍‌ଙ୍କୁ କହିବାରୁ ସେ ବିମାନଟିକୁ ପାର୍କିଙ୍ଗ୍‌ ବେ’କୁ ଫେରାଇ ନେବାକୁ ସ୍ଥିର କଲେ।

ସେଠାରେ ନିରାପତ୍ତା କର୍ମଚାରୀମାନେ ବିମାନ ଭିତରେ ପଶି ପଚରା ଉଚୁରା ପାଇଁ ଲୋକଟିକୁ ଅଟକ ରଖିଛନ୍ତି। ଘଟନାଟି ଜେଟ୍‌ ଏୟାରଓଏଜ୍‌ର ବିମାନ ୯ଡବ୍ଲୁ୪୭୨ରେ ଘଟିଛି। ଏହି ବିମାନଟି କୋଲ୍‌କାତାରୁ ସାଧାରଣତଃ ସକାଳ ୮:୧୫ରେ ଉଡ଼ାଣ ଆରମ୍ଭ କରିଥାଏ। ଟେକ୍ସଟ୍‌ ମେସେଜ୍‌ ଯୋଗୁଁ ଘଣ୍ଟାଏରୁ ଅଧିକ ବିଳମ୍ବରେ ଅର୍ଥାତ୍‌ ୯:୩୬ ମିନିଟ୍‌ରେ ଉଡ଼ାଣ ଆରମ୍ଭ କରିଥିଲା।

By amfnews

Related Post