Mon. Aug 3rd, 2026

ଚିଲିକାରୁ ଉଦ୍ଧାର ହେଲା୧୨ ଫୁଟ୍‌ର ମୃତ ଡଲଫିନ

317 Views

ବ୍ରହ୍ମଗିରି, ନଭେମ୍ବର ୨୬ : ଡଲଫିନ୍‌ଙ୍କ ଆବାସସ୍ଥଳୀଭାବେ ଗତ କିଛିବର୍ଷ ହେବ ବେଶ ପରିଚୟ ସୃଷ୍ଟି କରିଥିବା ଚିଲିକା ହ୍ରଦର ସାତପଡ଼ା ରେଞ୍ଜ ଅନ୍ତର୍ଗତ ମହିଷା ଗାଁ ନିକଟରୁ ଏକ ବୟସ୍କ ଡଲଫିନ୍‌ର ମୃତଦେହ ଉଦ୍ଧାର କରିଛି ବନବିଭାଗ। ପରେ ଏହାକୁ ବୋଟ୍‌ ସହାୟତାରେ ସାତପଡ଼ା ରେଞ୍ଚକୁ ଅଣାଯାଉଛି। ସେଠାରେ ମୃତ ଡଲଫିନ୍‌ର ବ୍ୟବଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜ ଅଫିସର ମାନସ ମହାପାତ୍ର କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଷା ଗାଁ ତଳେ ଚିଲିକାରେ ଏକ ଡଲଫିନ୍‌ ଭାସୁଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ବନବିଭାଗ ଚିଲିକା ଭିତରେ ମୃତ ଡଲଫିନ୍‌ଟିକୁ ଠାବ କରିଥିଲେ। ପ୍ରଥମିକ ସୂଚନା ଅନୁଯାୟୀ, ମୃତ ଡଲଫିନ୍‌ର ଲମ୍ବ ପ୍ରାୟ ୧୨ ଫୁଟ ହୋଇଥିବା ବେଳେ ଏହାର ଆନୁମାନିକ ବୟସ ୧୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ମୃତ ଡଲଫିନ୍‌କୁ ସାତପଡ଼ାକୁ ଅଣାଯାଉଛି । ସେଠାରେ ପ୍ରାଣୀଚିକିତ୍ସକ ଏହି ଡଲଫିନ୍‌ର ବ୍ୟବଛେଦ କରିବା ପରେ କେଉଁ ପରିସ୍ଥିତିରେ ଏହି ବୟସ୍କ ଡଲଫିନ୍‌ର ମୃତ୍ୟୁ ଘଟିଲା ତାହା ଜଣାପଡ଼ବ ବୋଲି ରେଞ୍ଜର ଶ୍ରୀ ମହାପାତ୍ର କହିଛନ୍ତି।

By amfnews

Related Post