Fri. Jul 3rd, 2026

ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏମିତି ତଦନ୍ତ କରୁଛି ପୁଲିସ

197 Views

ନୂଆଦିଲ୍ଲୀ: ଜେଏନ୍‌ୟୁରେ ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ହମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ପୁଲିସ୍‌ ଓ ପ୍ରଶାସନ ଆଖି ଆଗରେ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ରାଜନୀତିକ ବୟାନବାଜୀ ମଧ୍ୟ ଆରମ୍ଭ ହୋଇଯାଇଛି। ଏବେ ପୁଲିସ୍‌ ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

କିଛି ମୁଖାପିନ୍ଧା ଦୁର୍ବୃତ୍ତଙ୍କୁ ପୁଲିସ୍‌ ଚିହ୍ନଟ ମଧ୍ୟ କରି ସାରିଥିବା କହିଛି। ଏବେ ପୁଲିସ୍‌ ସୋଶାଲ ମିଡିଆରେ ଘୁରି ବୁଲୁଥିବା ସ୍କ୍ରିନଶଟ୍‌, କ୍ୟାମ୍ପସରେ ଲାଗିଥିବା ସିସିଟିଭି ଫୁଟେଜକୁ ଛାନଭିନ କରୁଛି। ଏହାକୁ ଆଧାର କରି ପୁଲିସ୍‌ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

ଦିଲ୍ଲୀ ପୁଲିସ୍ ନିଜ ଆଡ଼ୁ ମଧ୍ୟ ଏଫଆଇଆର ରୁଜୁ କରିଛି। ସୂତ୍ର ଅନୁସାରେ ଘଟଣାର ସମସ୍ତ ତଦନ୍ତ ଦାୟିତ୍ୱ ପୁଲିସ୍ ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବ। ଏଫଆଇଆରରେ ଦଙ୍ଗା ସୃଷ୍ଟି ଓ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ କରିବା ଭଳି ଦଫା ଲାଗିଛି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ “ଉଭୟ ପକ୍ଷର ଅଭିଯୋଗ ଆମ ପାଖରେ ପହଞ୍ଚିଛି। ଆମେ ଏଫଆଇଆର ରୁଜୁ କରିଛୁ ଓ କିଛି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଛୁ।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ସ୍କ୍ରିନଶଟ ଓ ସିସିଟିଭି ଫୁଟେଜରୁ ହିଁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ହିଂସା ପାଇଁ ବମପନ୍ଥୀ ଛାତ୍ର ସଂଗଠନ ଏବିଭିପିକୁ ଦାୟୀ କରିଥିବା ବେଳେ ଏବିଭିପି ପାଲଟା ଅଭିଯୋଗ ଆଣିଛି। ଛାତ୍ରଛାତ୍ରୀମାନେ ଦେଇଥିବା ସମସ୍ତ ପ୍ରମାଣକୁ ଆମେ ତର୍ଜମା କରୁଛୁ।”

ଆଇଏଏନଏସର ରିପୋର୍ଟ ଅନୁଯାୟୀ, ପୁଲିସ୍‌ ବିଶ୍ୱବିଦ୍ୟାଳୟର ନର୍ଥ ଗେଟ ନିକଟରୁ ୪ ଜଣ ଲୋକଙ୍କୁ କାବୁ କରି ଥାନାରେ ଅଟକ ରଖିଛି। ସେମାନେ ହିଂସାକାଣ୍ଡ ପରେ ଫେରାର ହେବାକୁ ଚେଷ୍ଟା କରୁଥିଲେ। ଏବେ ସେମାନଙ୍କୁ ପୁଲିସ୍‌ ଜେରା କରୁଥିବା ଜଣାପଡ଼ିଛି।

By amfnews

Related Post