Fri. Aug 14th, 2026

ଗୁରୁତର ଆହତ ଜେଏନୟୁ ଛାତ୍ର ସଂସଦ ସଭାପତି ମୁହଁ ଖୋଲିଲେ

269 Views

ନୂଆଦିଲ୍ଲୀ: ରବିବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜେଏନୟୁ ଛାତ୍ର ସଂସଦ ସଭାପତି ଆଇଶି ଘୋଷ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗତକାଲି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏମସରେ ଭର୍ତ୍ତି କରାଯାଇଥିଲା।

ଆଜି ସେ ସୁସ୍ଥ ହେବା ପରେ ପୂରା ଘଟଣା କେମିତି ଥିଲା, ସେକଥା କହିଛନ୍ତି। ସେ କହିଛନ୍ତି, “ମୁଖା ପିନ୍ଧା ଦୁର୍ବୃତ୍ତ କ୍ୟାମ୍ପସରେ ପଶିବା ପୂର୍ବରୁ ପ୍ରଥମେ ଗେଟ ବାହାରେ ଏକାଠି ହୋଇଥିଲେ। ଏକଥା ମୁଁ ନିଜେ ପୁଲିସ୍‌କୁ ଜଣାଇଥିଲି। କିନ୍ତୁ ପୁଲିସ୍‌ ସେମାନଙ୍କୁ ଅଟକାଇ ନଥିଲା। ମଧ୍ୟାହ୍ଣ ପ୍ରାୟ ୨.୩୦ରେ ଅଚିହ୍ନା ଲୋକଙ୍କ ଭିଡ଼ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା।

ଏହାକୁ ଦେଖି ଆମେ ଭୟଭୀତ ହେବା ସହ ପୁଲିସକୁ ଜଣାଇଥିଲୁ। ଜେଏନୟୁରେ ଫି’ ବୃଦ୍ଧି ବିରୋଧରେ ଆମେ ସନ୍ଧ୍ୟାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିଲୁ। ତେବେ ସାବରମତି ହଷ୍ଟେଲ ପାଖରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଆମ ଉପରେ ହମଲା କରିଥିଲେ।

ମୋତେ ଲୁହା ରଡରେ ଆକ୍ରମଣ କରାଯାଇଥିଲା। ମୁଁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ମଧ୍ୟରୁ କିଛି ଜଣଙ୍କୁ ଚିହ୍ନଟ କରିପାରିଛି। ମୁଁ ସୁସ୍ଥ ହେବା କ୍ଷଣି ଏବିଭିପି ନାଁରେ ଏଫଆଇଆର ରୁଜୁ କରିବି। କିଛି ଦୁର୍ବୃତ୍ତ ମୁଖା ପିନ୍ଧିଥିବା ବେଳେ ଆଉ କିଛି ମୁଖା ପିନ୍ଧି ନଥିଲେ। ଆକ୍ରମଣର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କୁ ଚିହ୍ନିଛନ୍ତି। ”

By amfnews

Related Post