Mon. May 20th, 2024

ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ପରିବାରକୁ ମିଳିବ ଚାକିରୀ

By Prasanta Patnaik May 18, 2021 #Featured
275 Views

ଭୁବନେଶ୍ବର, ମେ ୧୮ : କରୋନା ଦ୍ବିତୀୟ ଲହର ଆତ୍ମଘାତୀ ସାବ୍ୟସ୍ତ ହୋଇଥିବାବେଳେ ମଧ୍ୟପ୍ରଦେଶ ସରକାର ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାରେ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରରେ ଜଣଙ୍କୁ ଚାକିରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ମୃତକଙ୍କ ପରିବାରଙ୍କୁ ସହାୟତା ରାଶି ୫ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ସେ ଜଣାଇଛନ୍ତି । କରୋନାରେ ରାଜ୍ୟର ଅନେକ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟୁଛି । ତେଣୁ ପୀଡ଼ିତ ପରିବାରଙ୍କୁ ସହାୟତା ନିମନ୍ତେ ‘ମୁଖ୍ୟମନ୍ତ୍ରୀ କୋଭିଡ୍-୧୯ ଅନୁକମ୍ପା ନିଯୁକ୍ତି’ ଓ ‘ମୁଖ୍ୟମନ୍ତ୍ରୀ କୋଭିଡ-୧୯ ବିଶେଷ ଅନୁଗ୍ରହ’ ନାମକ ଦୁଇଟି ଯୋଜନାର ଶୁଭାରମ୍ଭ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍ମଚାରୀମାନେ ହେଉଛନ୍ତି ରାଜ୍ୟ ଶାସନର ଅବିଚ୍ଛେଦ୍ୟ ଅଙ୍ଗ । ସମସ୍ତ କର୍ମଚାରୀ କୋଭିଡ୍ ସମୟରେ ନିଜର ଦାୟିତ୍ୱ ନିଷ୍ଠାର ସହ ସମ୍ପାଦନ କରୁଛନ୍ତି । ଅନେକ ପରିବାର ନିଜର ଆତ୍ମୀୟସ୍ୱଜନଙ୍କୁ କରୋନାରେ ହରାଇଛନ୍ତି । ତେଣୁ ଜନତାଙ୍କ ସେବା ପାଇଁ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post