Thu. May 9th, 2024

ହକି ପ୍ରୋ ଲିଗ୍ ସ୍ଥଗିତ, ନ୍ୟୁଜିଲାଣ୍ଡ ଦଳ ଓଡ଼ିଶା ଗସ୍ତ କରିବେନାହିଁ

By Prasanta Patnaik May 18, 2021 #Featured
328 Views

ଭୁବନେଶ୍ବର, ମେ ୧୮ :

କରୋନା ଭୟାବହତା ପାଇଁ ଭୁବନେଶ୍ବରରେ ହେବାକୁ ଥିବା ହକି ପ୍ରୋ ଲିଗ୍ ସ୍ଥଗିତ ଘୋଷଣା ହୋଇଛି। ଆସନ୍ତା ୨୯ ଓ ୩୦ ତାରିଖରେ ଭାରତୀୟ ହକି ଦଳ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଦୁଇଟି ମ୍ୟାଚ୍‌ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାର ସୂଚୀ ରହିଥିଲା । ବର୍ତ୍ତମାନ ନ୍ୟୁଜିଲାଣ୍ଡ ଦଳ ଓଡିଶା ଗସ୍ତ ପାଇଁ ମନା କରିଦେଇଛନ୍ତି ।

ଭାରତରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି । ଏଭଳି ସମୟରେ ନ୍ୟୁଜିଲାଣ୍ଡ ଦଳ ଓଡ଼ିଶା ଗସ୍ତ କରିବାକୁ ମନା କରି ଦେଇଛି । ତେଣୁ ଆଗାମୀ ଦୁଇଟି ମ୍ୟାଚ୍‌ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।

ପୂର୍ବରୁ ଭାରତୀୟ ଦଳ ମହାମାରୀ ପାଇଁ ୟୁରୋପ ଗସ୍ତ ସ୍ଥଗିତ ରଖିଥିଲା । ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଦଳ ପାଇଁ ଶେଷ ଅଲିମ୍ପିକ୍ସ ପ୍ରସ୍ତୁତି ରହିଥିଲା କିନ୍ତୁ ମହାମାରୀ ପାଇଁ ହୋଇପାରିନି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post