Mon. May 20th, 2024

ଭୁବନେଶ୍ବରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

By Prasanta Patnaik May 18, 2021 #Featured
177 Views

ଭୁବନେଶ୍ବର, ମେ ୧୮ : ମଞ୍ଚେଶ୍ୱର ପୋଲିସ ୫୦ ଲକ୍ଷ ଟଙ୍କା ମୂଲ୍ୟର ୫୬୨ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନେ ମଦନ କୁମାର ବେହେରା ଏବଂ ଏସ.କେ ମଞ୍ଜୁମ ବୋଲି ଜଣାପଡିଛି।

ଖବର ଅନୁଯାୟୀ, କୁଇକ୍ ଆକ୍ସନ୍ ଟିମ୍ ଓ ମଞ୍ଚେଶ୍ୱର ପୋଲିସର ମିଳିତ ଅପରେସନରେ ଚଢାଉରେ କରାଯାଇ ହାଇ-ଟେକ୍ ମେଡିକାଲ୍ ଛକରେ ଗାଡିଟିକୁ ଅଟକାଇ ଦୁଇଜଣ ବ୍ରାଉନସୁଗର ବେପାରୀଙ୍କୁ ଧରିଛନ୍ତି ।

ସେମାନେ ମାଛ ବେପାରୀ କହି ଏହି ରାକେଟ ଚଳାଇଥିଲେ ବୋଲି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ପୋଲିସ ତାଙ୍କ ଗାଡିରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧,୯୦୦ ଟଙ୍କା ଜବତ କରିଛି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post