Fri. Apr 24th, 2026

ମଧ୍ୟପ୍ରଦେଶ ମୁହାଁ ହେଲା ବାଘୁଣୀ ସୁନ୍ଦରୀ, ଫେବୃଆରୀ ଶେଷ ସୁଦ୍ଧା ହେବ ସ୍ଥାନାନ୍ତରଣ ପ୍ରକ୍ରିୟା

323 Views

ଭୁବନେଶ୍ବର, ଜାନୁଆରୀ ୩୧ : ଫେବୃଆରୀ ଶେଷ ସୁଦ୍ଧା ବାଘୁଣୀ ସୁନ୍ଦରୀ ସାତକୋଶିଆ ଅଭୟାରଣ୍ୟରୁ ମଧ୍ୟପ୍ରଦେଶକୁ ଫେରିବ ବୋଲି ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  ।

ବାଘୁଣୀ ବଂଶ ବିସ୍ତାର ପାଇଁ ରାଜ୍ୟ ବନ୍ୟପ୍ରାଣୀ ବିଭାଗ ୨୦୧୮ରେ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଆଣିଥିଲେ। ପଶୁମାନଙ୍କର ବିନିମୟ ପ୍ରୋଜେକ୍ଟ ଆଧାରରେ ସାତକୋଶିଆ ବନ୍ୟପ୍ରାଣୀ ବିଭାଗକୁ ମହାବୀର ନାମକ ବାଘ ଓ ସୁନ୍ଦରୀ ବାଘୁଣୀକୁ ଗ୍ରହଣ କରିଥିଲେ।

ଯୋଜନା ଅନୁଯାୟୀ, ବାଘ ଦମ୍ପତି ପ୍ରାରମ୍ଭିକ ପ୍ରଜାତି ପାଇଁ ଜୁନ୍ ୨୦୧୮ରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଛାଡିଥିଲେ। ଇତି ମଧ୍ୟରେ, ମହାବୀର ଏକ ଫାଶରେ ପଡ଼ି ମୁକ୍ତ ହେବାର ଚାରି ମାସ ପରେ ମୃତ୍ୟୁ ଘଟିଥିଲା ।

ଏହାପରେ ସୁନ୍ଦର ଏକାକୀ ରହିବା ଦ୍ବାରା ଅସ୍ୱାଭାବିକ ଆଚରଣ କରିଥିଲା। ଏପରିକି ସେ ନିକଟସ୍ଥ ଗାଁର ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ସହ ଅନେକ ଗୋରୁଙ୍କୁ ମଧ୍ୟ ଆହତ କରିଥିଲା। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ସୁନ୍ଦରକୁ ଅଭୟାରଣ୍ୟରୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନ କରିଥିଲେ।

ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଇଣ୍ଡିଆର ଅନୁମୋଦନ ନମିଳିବା ଯୋଗୁଁ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁଯାୟୀ ସୁନ୍ଦରୀକୁ ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଥିଲା। ସେହି ସମୟରେ, ସୁନ୍ଦରୀ ଖାଦ୍ୟ ଓ ଅତ୍ୟଧିକ ବିଶ୍ରାମ କରାଣରୁ ମୋଟା ହୋଇଯିବାରୁ ଶିକାର କରିପାରିଲାନାହିଁ  । ତେଣୁ ରକ୍ଷଣାବେକ୍ଷଣାରେ ଅବହେଳା ହେବାରୁ ମଧ୍ୟପ୍ରଦେଶ ସରକାର ଓଡ଼ିଶା ବନ୍ୟଜନ୍ତୁ ବିଭାଗ ସହ ଆଲୋଚନା କରିଥିଲେ। ତେବେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଉଭୟ ରାଜ୍ୟ ସହମତ ହୋଇଛନ୍ତି।

ଏହି ଫେବୃଆରୀ ଶେଷ ସୁଦ୍ଧା ସୁନ୍ଦରୀ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିବ ବୋଲି ବନ୍ୟପ୍ରାଣୀ ବିଭାଗର ଜଣେ ଅଧିକାରୀ କହିଛନ୍ତି।

By amfnews

Related Post