Fri. May 17th, 2024

ଲାଲକିଲ୍ଲା ହିଂସା: ଯେକୌଣସି ସମୟରେ ଗିରଫ ହେବେ ଦୀପ ସିଦ୍ଧୁ, ପଂଜାବରେ ଦିଲ୍ଲୀ ପୋଲିସ

By amfnews Jan 31, 2021 #Featured
105 Views

ନୂଆଦିଲ୍ଲୀ, ଜାନୁଆରୀ ୩୧ : ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲା ଦୁର୍ଗରେ ଲୋକଙ୍କୁ ଉତ୍ସାହିତ କରିଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସ ଯେକୌଣସି ସମୟରେ ଗିରଫ କରିପାରେ । ଏଥି ପାଇଁ ଦିଲ୍ଲୀ ପୋଲିସ ପଂଜାବରେ ପହଂଚି ସାରିଛି । ପୋଲିସ ଅଧିକାରୀଙ୍କ କହବା ଅନୁସାରେ କ୍ରାଇମବ୍ରାଂଚର ଏକ ଟିମ ପୂର୍ବରୁ ପଂଜାବରେ ଅଛନ୍ତି । ଏମାନେ ଭିନ୍ନ ଭିନ୍ନ ସ୍ଥାନରେ ସିଦ୍ଧୁଙ୍କୁ ଖୋଜୁଛନ୍ତି । ଦିଲ୍ଲୀ ପୋଲିସ ଆଉ ଏକ ଅନ୍ୟ ଟିମ ପଂଜାବ ପଠାଇଛି । ଅଧିକାରୀଙ୍କ କହିବା ଅନୁସାରେ ଦୀପ ସିଦ୍ଧୁଙ୍କୁ ଗିରଫ କରି ଖୁବ ଶୀଘ୍ର ଦିଲ୍ଲୀ ଅଣାଯିବ । 

ସୂଚନାଯୋଗ୍ୟ, ପୂର୍ବରୁ ଦୀପ ସିଦ୍ଧୁଙ୍କୁ ଶିଖ ଫର ଜଷ୍ଟିସ ସହିତ ସଂଯୋଗ ଥିବା ସନ୍ଦେହରେ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ) ସମନ ଜାରି କରିଥିଲା । ଦିଲ୍ଲୀ ପୋଲିସ ମଧ୍ୟ ହିଂସାର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଲୁଖ ଆଉଟ ନୋଟିସ ପଠାଇଛି । କିନ୍ତୁ ଦୀପ ସିଦ୍ଧୁ ପୋଲିସ ନିକଟରେ ଉପସ୍ଥିତ ରହି ନଥିଲେ । ସିଦ୍ଧୁ ନିଜର ଫେସବୁକ ପେଜରେ ଆତ୍ମସମର୍ପଣ କରିବାକୁ ୨ ଦିନ ସମୟ ମାଗିଥିଲେ । 

ଏକ ଭିଡିଓରୁ ଜଣାପଡ଼ିଥିଲା ଯେ, ଜାନୁଆରୀ ୨୬ ତାରିଖରେ ଲାଲକିଲ୍ଲା ଦୁର୍ଗରେ ଯେତେବେଳେ ନିଶାନ ସାହିବଙ୍କ ପତାକା ଲଗାଯାଇଥିଲା, ସେହି ସମୟରେ ଦୀପ ସିଦ୍ଧୁ ଉପସ୍ଥିତ ଥିଲେ । କିନ୍ତୁ ସେ ସମର୍ଥକମାନଙ୍କୁ କହିବା ଯୋଗୁଁ ତ୍ରିରଙ୍ଗାକୁ ଅଲଗା କରି ନଥିଲେ । ନିଶାନ ସାହିବଙ୍କ ପତାକା ଉଡାଇବା ବିରୋଧର ଅନ୍ୟ ଏକ ଶୈଳୀ ଥିଲଶ । 

By amfnews

Related Post