Fri. May 17th, 2024

ଓଟିଟି ପ୍ଲାଟଫର୍ମ ପାଇଁ ଆସିବ ଗାଇଡଲାଇନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସୂଚନା

By amfnews Jan 31, 2021 #Featured
100 Views

ନୂଆଦିଲ୍ଲୀ, ଜାନୁଆରୀ ୩୧ :

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରବିବାର ଓଟିଟି ପ୍ଲାଟଫର୍ମର କାର୍ଯ୍ୟକାରିତା ଉପରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଓଟିଟିରେ ଚାଲୁଥିବା କିଛି ସିରିଏଲ ବିଷୟରେ ଅନେକ ଅଭିଯୋଗ ଆସିଛି ଏବଂ ସେସବୁର ସନ୍ଧାନ ନିଆଯାଇଛି । ଓଟିଟିରେ ପ୍ରସାରିତ ଚଳଚ୍ଚିତ୍ର, କାର୍ଯ୍ୟକ୍ରମ, ଡିଜିଟାଲ ଖବରକାଗଜ ପ୍ରେସ କାଉନସିଲ, କେବୁଲ ଟେଲିଭିଜନ, ସେନସର ବୋର୍ଡର ନିୟମ ଲାଗୁ ହେଉନାହିଁ । ସେମାନଙ୍କ କାର୍ଯ୍ୟ ପାଇଁ ଶୀଘ୍ର ଏକ ସୁଗମ ବ୍ୟବସ୍ଥା ଘୋଷଣା କରାଯିବ । ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମ ଚଳାଇବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି ସେ କହିଛନ୍ତି।

ତେବେ କରୋନା ମହାମାରୀ ପରେ ସାରା ଦେଶରେ ସିନେମା ଦେଖୁଥିବା ଲୋକଙ୍କ ପାଇଁ ଅନଲକ ଗାଇଡଲାଇନରେ ଆଶ୍ବସ୍ତି ପ୍ରଦାନ କରାଯାଇଛି  । ଫେବୃଆରୀରୁ ସମସ୍ତ ସିନେମା ହଲ୍ ଶତପ୍ରତିଶତ କ୍ଷମତା ସହିତ ଖୋଲିବ ବୋଲି କୁହାଯାଇଛି । ତେବେ ଦୁଇଟି ଶୋ ମଧ୍ୟରେ ଅଧିକ ସମୟ ବ୍ୟବଧାନ ଦିଆଯିବ ଯାହାଦ୍ବାରା ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇପାରିବ।

By amfnews

Related Post