Fri. May 10th, 2024

ବାତ୍ୟା ‘ତଉତେ’ ପ୍ରଭାବରେ ଦିଲ୍ଲୀ-ହରିୟାଣା ସମେତ ଅନ୍ୟ ରାଜ୍ୟରେ ବି ବର୍ଷା

By Prasanta Patnaik May 19, 2021 #Featured
741 Views

ନୂଆଦିଲ୍ଲୀ, ମେ ୧୯ : ସାମୁଦ୍ରୀକ ବାତ୍ୟା ‘ତଉତେ’ ପ୍ରଭାବରେ ମହାରାଷ୍ଟ୍ର, କେରଳ, ଗୋଆ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ସମେତ କ୍ଷୟକ୍ଷତି ହୋଇଛି । ସେହିଭଳି ବାତ୍ୟା ଯୋଗ୍ୟୁ ଆଜି ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ଓ ୨୦ ତାରିଖରେ ମଧ୍ୟ ବର୍ଷା ହେବ । 

ରାଜଧାନୀ ଦିଲ୍ଲୀ ସମେତ ଏନସିଆରର ଏକାଧିକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲଖନଉରେ ମଧ୍ୟରାତ୍ରୀରୁ ବର୍ଷା ଜାରି ରହିଛି । ପାଣିପାଗ ବିଭାଗର ସକାଳୁ ଜାରି ହୋଇଥିବା ରିପୋର୍ଟରେ ଏହି ରାଜ୍ୟଗୁଡ଼ିକରେ ଆଗାମୀ ଦୁଇ ଦିନ ବର୍ଷା ହେବ ବୋଲି କୁହାଯାଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଓ କେନ୍ଦ୍ର ଶାସିତ ଅଂଚଳ ଦମନ ଏବଂ ଦିଉ ଯିବେ । ପ୍ରଧାନମନ୍ତ୍ରୀ ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରଧାନମନ୍ତ୍ରୀ ବୁଧବାର ପୂର୍ବାହ୍ନ ସାଢ଼େ ୯ଟାରେ ଦିଲ୍ଲୀରୁ ଗୁଜରାଟ ଅଭିମୁଖେ ବାହାରିବେ । ସେ ସିଧାସଳଖ ଭାବାନଗର ପହଂଚିବେ ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post