Fri. May 10th, 2024

ରେଗୁଲେଟରୀ ନିୟମ ଉଲ୍ଲଂଘନ ପାଇଁ ମହାରାଷ୍ଟ୍ରର ଅନ୍ୟ ଏକ ବ୍ୟାଙ୍କ ଉପରେ ଆରବିଆଇ ଲଗାଇଲା ଜରିମାନା

By Prasanta Patnaik May 19, 2021
289 Views

ମହାରାଷ୍ଟ୍ର, ମେ ୧୯ :

ମହାରାଷ୍ଟ୍ରର ଅନ୍ୟ ଏକ ସମବାୟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଜରିମାନା ଲଗାଇଛି।  ମହାରାଷ୍ଟ୍ରର ପ୍ରିୟଦର୍ଶିନୀ ମହିଳା ନଗରୀ ସହକାରୀ ବ୍ୟାଙ୍କ ଉପରେ ଆରବିଆଇ ଏକ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ସୁପରଭାଇଜର ଆକ୍ସନ ଫ୍ରେମୱାର୍କ ଅଧୀନରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ରିଜର୍ଭ ବ୍ୟାଙ୍କ ଏହି ଦଣ୍ଡବିଧାନ କରିଛି।

ରେଗୁଲେଟାରୀ ଅନୁପାଳନରେ ତ୍ରୁଟି ଥିବାରୁ ସମବାୟ ବ୍ୟାଙ୍କ ବିରୋଧରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। 

୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଆଧାର କରି ଯାଞ୍ଚ ରିପୋର୍ଟରୁ ଜଣାପଡିଛି ଯେ ରିଜର୍ଭ ବ୍ୟାଙ୍କ ଦ୍ୱରା ଜାରି କରାଯାଇଥିବା କିଛି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଛି।  ଏହି ଆଧାରରେ ବ୍ୟାଙ୍କକୁ ଏକ ’କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଯେଉଁଥିରେ ନିୟମ ଉଲ୍ଲଂଘନ ହେତୁ କାହିଁକି ଏହା ବିରୋଧରେ ଦଣ୍ଡବିଧାନ କରାଯିବ ନାହିଁ ବୋଲି ପଚରାଯାଇଥିଲା।  ବ୍ୟାଙ୍କ ଦେଇଥିବା ଉତ୍ତରରେ ରିଜର୍ଭ ବ୍ୟାଙ୍କ ସନ୍ତୁଷ୍ଟ ନହେବାରୁ ଏବଂ ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନେଇଥିଲା।

କିନ୍ତୁ ରିଜର୍ଭ ବ୍ୟାଙ୍କର ଏହି କାର୍ଯ୍ୟ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ କି ନାହିଁ।  ଏହି ନିଷ୍ପତ୍ତି ବ୍ୟାଙ୍କର ଗ୍ରାହକଙ୍କୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ।  ଗ୍ରାହକଙ୍କ ପାଇଁ ଉପଲବ୍ଧ ସୁବିଧା ଉପରେ ଆରବିଆଇ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ।

ଏହା ପ୍ରଥମ ସମବାୟ ବ୍ୟାଙ୍କ ନୁହେଁ ଯାହା ବିରୋଧରେ ରିଜର୍ଭ ବ୍ୟାଙ୍କ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।  ଏହାପୂର୍ବରୁ ଶିମଲାସ୍ଥିତ ହିମାଚଳ ପ୍ରଦେଶ ରାଜ୍ୟ ସମବାୟ ବ୍ୟାଙ୍କକୁ ୪୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।  ନାବାର୍ଡ ଦ୍ୱରା ଜାରି କରାଯାଇଥିବା କିଛି ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ଏହି ଜରିମାନା ଲାଗୁ କରାଯାଇଥିଲା।

ଏହାପୂର୍ବରୁ ମେ ୩ ରେ ଆରବିଆଇ କେତେକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କାରୀ ଘରୋଇ କ୍ଷେତ୍ର ପ୍ରମୁଖ ଆଇସିଆଇସିଆଇ ବ୍ୟାଙ୍କ ଉପରେ ୩ କୋଟି ଟଙ୍କାର ଜରିମାନା କରିଥିଲା।  ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଥିଲେ ଯେ ମାଷ୍ଟର ସର୍କୁଲାରରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ଆଇସିଆଇସିଆଇ ବ୍ୟାଙ୍କ ଉପରେ ୩ କୋଟି ଟଙ୍କା ଜରିମାନା କରାଯାଇଛି।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post