Fri. May 10th, 2024

ଇସ୍ରାଏଲର ରକେଟ ଆକ୍ରମଣରେ ଗାଜାରେ ୨୧୩ ନାଗରିକଙ୍କ ମୃତ୍ୟୁ, ୧୪୦୦ ଆହତ

By Prasanta Patnaik May 19, 2021 #Featured
387 Views

ନୂଆଦିଲ୍ଲୀ, ମେ ୧୯ : ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ହିଂସ ବଢ଼ି ଚାଲିଛି । ହମାସ ପକ୍ଷରୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ହେଉଛି । ଜବାବରେ ଇସ୍ରାଏଲ ମଧ୍ୟ ସମାନ କାମ କରୁଛି । ପାଲେଷ୍ଟାଇନର ୨ୟ ସର୍ବବୃହତ୍ତ ସ୍ଥାନ ଗାଜା ଉପରେ ଇସ୍ରାଏଲ ଆକ୍ରମଣ କରୁଛି, ଯେଉଁଥିରେ କି ୨୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । 

ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଇସଲାମିକ ସମୂହ ହମାସର ବିରୋଧରେ ଇସ୍ରାଏଲର ଲଢ଼ାଇର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ ପଡୁଛି । ଇସ୍ରାଏଲ ପକ୍ଷରୁ ଜନବସତି ଅଂଚଳରେ ଆକ୍ରମଣ କରାଯାଉଛି । ଏଥିରେ ୨୧୩ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ କି ୬୧ ଜଶ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଏତଦ୍ ବ୍ୟତୀତ ରକେଟ ଆକ୍ରମଣ ଘଟଣାରେ ମୋଟ ୧୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । 

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post