Fri. May 10th, 2024

କରୋନାରେ ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ ମୃତ୍ୟୁ, ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

By Prasanta Patnaik May 19, 2021 #Featured
353 Views

ନୂଆଦିଲ୍ଲୀ, ମେ ୧୯ : କରୋନା ଭାଇରସ୍ ମହାମାରୀର ୨ୟ ଲହରୀ ଉତ୍ତର ପ୍ରଦେଶର ଅନ୍ୟ ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି । କରୋନା ସଂସ୍ପର୍ଶରେ ଆସି ରାଜସ୍ୱ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲରେ ଚିକିତ୍ସା ଚାଲିଥିଲା । ବିଗତ ୨୦ ଦିନ ହେବ ସେ ଗୁରୁତର ଥିଲେ । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । 

ମନ୍ତ୍ରୀ କଶ୍ୟପଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ଜଣାଇଛନ୍ତି । ଟୁଇଟ କରି ମୋଦୀ ଲେଖିଛନ୍ତି ଯେ, ବିଜୟ କଶ୍ୟପଙ୍କ ପରଲୋକରେ ଅତ୍ୟନ୍ତୁ ଦୁଃଖ ଅନୁଭବ କରୁଛି । ସେ ତୃଣମୂଳ ସ୍ତରରେ ନେତା ଥିଲେ । ସବୁବେଳେ ଜନହୀତମୂଳକ କାମ ପାଇଁ ନିଜକୁ ସମର୍ପିତ କରିଥିଲେ । ଶୋକର ଏହି ମୂହୁର୍ତ୍ତରେ ତାଙ୍କର ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । 

ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ଜଣାଇବା ସହ ଶୋକାକୂଳ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ କରୋନା ଯୋଗୁଁ ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ୫ ଜଣ ବିଧାୟକଙ୍କର ମୃତ୍ୟୁ ହୋଇସାରିଛି । ଏହା ପୂର୍ବରୁ ଔରିୟା ବିଧାୟକ ରମେଶ ଦିବାକର, ବରେଲୀରୁ କେସର ସିଂହ, ଲଖନଉର ବିଧାୟକ ସୁରେଶ ଶ୍ରୀବାସ୍ତବ ଓ ରାୟବରେଲୀରୁ ଏମଏଲ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଥିଲା । 

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post