Sat. May 11th, 2024

ବଣ୍ଡା ଆଦିବାସୀଙ୍କୁ କରୋନା, ୧୨ ଜଣ ସଂକ୍ରମିତ ଚିହ୍ନଟ ଓ ୪ଜଣ ସୁସ୍ଥ

By amfnews May 16, 2021 #Featured
141 Views

ମାଲକାନଗିରି, ମେ ୧୬ :

କରୋନାର ଦ୍ବିତୀୟ ଲହର ଗାଁଠାରୁ ସହର ସବୁଆଡେ କାୟା ବିସ୍ତାର କରିବାରେ ଲାଗିଛି । ମାଲକାନଗିରି ବଣ୍ଡା ଆଦିବାସୀଙ୍କ ମଧ୍ୟରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଆନ୍ଧ୍ର ଷ୍ଟ୍ରେନରେ ସଂକ୍ରମିତ ରହିଥିବା ଜଣାପଡିଛି ।

ଖବର ଅନୁଯାୟୀ, ଆଠ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ବାକିମାନେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ପ୍ରଶାସନ ସୂଚନା ଅନୁସାରେ, ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛି । ଆବଶ୍ୟକ ଔଷଧ ଦିଆଯାଉଛି ।

ବଣ୍ଡାଘାଟିରେ କରୋନାର ପ୍ରଥମ ମାମଲା ଏପ୍ରିଲ୍ ୨୬ରେ ଚିହ୍ନଟ ହୋଇଥିଲା । ମେ ୧୩ ସୁଦ୍ଧା ବଣ୍ଡା ଘାଟିରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଖଇରାପୁଟରେ ସାପ୍ତାହିକ ବଜାର ବନ୍ଦ ଘୋଷଣା କରିଛନ୍ତି ।

By amfnews

Related Post