Sun. May 12th, 2024

କରୋନା: ଭାରତରେ ଦିନକରେ ଲକ୍ଷେରୁ ଅଧିକ ଆକ୍ରାନ୍ତ, ଆମେରିକା ପରେ ୨ୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର

By amfnews Apr 5, 2021 #Featured
115 Views

ନୂଆଦିଲ୍ଲୀ, ଏପ୍ରିଲ ୦୫ : ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଚାଲିଛି । ରବିବାର ଦେଶରେ ୧ ଲକ୍ଷ ୮ ହଜାର ୮୪୪ ଜଣ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆମେରିକା ପରେ ଭାରତ ହେଉଛି ୨ୟ ରାଷ୍ଟ୍ର, ଯେଉଁ ଠାରେ କି କରୋନା ସଂକ୍ରମଣ ବଢ଼ିଚାଲିଛି । ଗତକାଲି ଦେଶରେ ୪୭୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବିଗତ ୫ ଦିନ ମଧ୍ୟରେ ଦୈନିକ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଉଛି । ଦେଶରେ ଶେଷଥର ପାଇଁ ଗତ ସେପ୍ଟେମ୍ବର ୧୭ ତାରିଖରେ ୯୮ ହଜାର ୭୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । 

ଭାରତରେ କରୋନା ଭାଇରସର ଦ୍ୱିତୀୟ ଲହର ଆରମ୍ଭ ପାଖାପାଖି ୫୨ ଦିନ ପୂର୍ବରୁ ହୋଇଥିଲା । କିନ୍ତୁ ସେହି ସମୟରେ କରୋନା ଏତେ ସକ୍ରିୟ ନଥିଲା । ଏବେ ବହୁଗୁଣରେ ବଢ଼ିଯାଇଛି । କରୋନାର ସାପ୍ତାହିକ ମାମଲା ଏବେ ପାଖାପାଖି ୫୯ ପ୍ରତିଶତ ବଢ଼ିଛି । ରବିବାର ସ୍ଥିତି ଆହୁରି ଖରାପ ସ୍ତରକୁ ଚାଲିଯାଇଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ତିନି ଦିନ ପୂର୍ବରୁ ଏହା ୬ ଲକ୍ଷ ଥିଲା । ଏହା ଗତ ବର୍ଷ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୪ ଭଳି ସ୍ଥିତି ଦେଖାଯାଇଛି । ସେହି ସପ୍ତାହରେ ୫.୫ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ । 

By amfnews

Related Post