Tue. May 14th, 2024

ପ୍ରକାଶିତ ପାଇଲା ଢେଙ୍କାନାଳ ସ୍ୱୟଂଶାସିତ କଲେଜର ପିଜି ରେଜଲ୍ଟ ପାସ୍ ହାର ୮୧.୬୭,  ସ୍ନେହଲତା କଲେଜ୍ ଟପ୍ପର

323 Views

ଢେଙ୍କାନାଳ : ମଙ୍ଗଳବାର ଦିନ ଢେଙ୍କାନାଳ ସ୍ୱୟଂଶାସିତ କଲେଜର ପିଜି ପରୀକ୍ଷା ଫଳ ପ୍ରକାଶ ପାଇଛି  । ଚଳିତ ବର୍ଷ କଲେଜରେ ପିଜି ପରୀକ୍ଷାରେ ୭୧ ଜଣ କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ପରୀକ୍ଷା ଦେଇଥିଲେ  । ସେମାନଙ୍କ ମଧ୍ୟରୁ ୪୯ ଜଣ ପାସ୍ କରିଥିବାବେଳେ ୧୧ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି  । ୯ଜଣଙ୍କ ରେଜଲ୍ଟ ସ୍ଥିଗିତ ଥିବାବେଳେ ୨ ଜଣ ଏମ୍ପି ହୋଇଛନ୍ତି ।

Dipali sahu
Debabrata kar

ସମୁଦାୟ କଲେଜର ପରୀକ୍ଷାଫଳ ୮୧.୬୭ ପ୍ରତିଶତ ହୋଇଥିବାବେଳେ ବିଜ୍ଞାନର ବଟାନି ବିଭାଗରେ ସ୍ନେହଲତା ସାହୁ  ୮୩.୬୬ ପ୍ରତିଶତ ରଖିଥିବାବେଳେ ବାଣିଜ୍ୟରେ ଦେବବ୍ରତ କର  ୭୩.୪୦, କଳାରେ ଦିପାଲି ସାହୁ ୭୮.୪୦ ମାର୍କ ହାସଲ କରିଛନ୍ତି  । ପରୀକ୍ଷାକୁ ପରିଚାଳନା କରିଥିଲେ ପ୍ରଫେସର ଜୟଦେବ ପାଢୀ, ଅତିରିକ୍ତ ପରିଚାଳକ ରଂଜିତ କୁମାର ପ୍ରଧାନ ଏବଂ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବିଜ୍ଞାନ ବିଭାଗର ମୁଖ୍ୟ ଡଃ. ଦେବାଶିଷ ମହାନ୍ତି  । ମଙ୍ଗଳବାର ପରୀକ୍ଷାଫଳ ପ୍ରକାଶିତ ସମୟରେ ସମସ୍ତ ଶିକ୍ଷକଙ୍କ ସମେତ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡଃ. ବିଜୟ ଲକ୍ଷ୍ମୀ ଆଚାର୍ଯ୍ୟ ଉପସ୍ଥିତ ଥିଲେ  ।

Related Post