Mon. May 13th, 2024

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ

196 Views

ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଦ୍ୱାରା ୧୫ ଗୋଟି କ୍ରୀଡା ଛାତ୍ରବାସ ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହେଉଛି  । ଏଥିନିମନ୍ତେ ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ ଆସନ୍ତା ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ୮ଗୋଟି ବ୍ଲକ ଏବଂ ୩ ଗୋଟି ମୁନିସିପାଲିଟି ପାଇଁ ପ୍ରତିଭା ଚୟନ ପ୍ରକ୍ରିୟା ଆରମ୍ଭ ହେବ  । ଏଥିରେ ଏପ୍ରିଲ ୧ ତାରିଖ ସୁଦ୍ଧା ୧୨ ବର୍ଷ ହୋଇଥିବା ପ୍ରତିଯୋଗୀମାନେ ଦୌଡକୁଦ, ତିରନ୍ଦାଜ, ବାସ୍କେଟବଲ, ଫୁଟବଲ, ହକି, କବାଡି, ସନ୍ତରଣ,ଭଲିବଲ ଓ ଭାର ଉତ୍ତୋଳନ ଏବଂ କୁସ୍ତି ପାଇଁ ପ୍ରତିଭା ଚୟନ କରାଯିବ  ।

କେବଳ ୯ରୁ ୧୦ ବର୍ଷ ମଧ୍ୟରେ ଥିବା ପ୍ରତିଯୋଗୀମାନେ ଜିନ୍ମାଷ୍ଟିକ୍ ଚୟନ ପ୍ରକ୍ରିୟାରେ ନିଜର ପାରିଦର୍ଶିତା ଦେଖାଇବେ  । ଉକ୍ତ ପ୍ରତିଭା ଚୟନ ମଧ୍ୟରେ ର ସଦର ବ୍ଲକର କାଇମାଟି, ସିଆରିଆ, ଭାପୁର ବିଦ୍ୟାଳୟ, ଗଁଦିଆ ବ୍ଲକ ପାଇଁ ଗଁଦିଆ, ଯୋରନ୍ଦା, ପିଙ୍ଗୁଆ ସ୍କୁଲ, ଓଡାପଡା ନିମନ୍ତେ ଦାଣ୍ଡିମାଳ, ଖଡଗପ୍ରସାଦ ଏବଂ ଘଟିପିରି ସ୍କୁଲ, ହିନ୍ଦୋଳ ବ୍ଲକ ପାଇଁ ଖଲିବୋରେଇ, ବାବନ୍ଧ, ପାଟଲା ସ୍କୁଲ, କାମାକ୍ଷାନଗର ବ୍ଲକ ପାଇଁ ଆଲୁଅଝରଣ,କାନପୁରା ବିଦ୍ୟାଳୟ ଥିବା ବେଳେ ଭୁବନ ବ୍ଲକ ପାଇଁ ଭୁବନ ଓ ମଠକରଗୋଳା ବିଦ୍ୟାଳୟ, ପରଜଙ୍ଗ ପାଇଁ ପରଜଙ୍ଗ, ଚାନ୍ଦପୁର ଓ   ଜାଲଦା ବିଦ୍ୟାଳୟ, କଙ୍କଡାହାଡ ପାଇଁ କଙ୍କଡାହାଡ ଏବଂ ଗଡପଳାଶୁଣି ଏବଂ ଢେଙ୍କାନାଳ ପାଇଁ ସୌଦାମିନୀ ଏବଂ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ  ।

ଏନ୍ଏସି ମଧ୍ୟରେ କାମାକ୍ଷାନଗର ଏନ୍ଏସି ପାଇଁ ସାରଙ୍ଗଧର ହାଇସ୍କୁଲ, ଭୁବନ ଏନ୍ଏସି ପାଇଁ ସରକାରୀ ବାଳିକା ହାଇସ୍କୁଲ, ହିନ୍ଦୋଳ ଏନ୍ଏସି ପାଇଁ ହିନ୍ଦୋଳ ଉଚ୍ଚ ବିଦ୍ୟାଳୟରେ ମନୋନୟନ ପ୍ରକ୍ରିୟା ଚାଲିବ । କ୍ଲଷ୍ଟର ଅଞ୍ଚଳମାନଙ୍କରୁ ପ୍ରତିଯୋଗୀମାନଙ୍କୁ ଚିହ୍ନଟ କରାଯାଇ ଢେଙ୍କାନାଳ ଷ୍ଟାଡିୟମରେ ଆସନ୍ତା ୧୭ ଓ ୧୮ ତାରିଖ ଦୁଇଦିନ ମାନପତ୍ର ଏବଂ ଜନ୍ମ ପ୍ରମାଣ ପତ୍ର ଧରି ପହଞ୍ଚିବାକୁ କ୍ରୀଡା ଅଧିକାରୀ ଜଣାଇଛନ୍ତି  ।

Related Post