Mon. May 13th, 2024

ଦନ୍ତା ଆତଙ୍କରେ ଲୋକେ ଆତଙ୍କିତ ଦିନକୁ ଦିନ ବଢୁଛି ଦନ୍ତାର ପ୍ରକୋପ

197 Views

ଗଁଦିଆ : ଢେଙ୍କାନାଳ ବନାଞ୍ଚଳର ଷଡଙ୍ଗୀ ରେଞ୍ଜରେ ଦନ୍ତାହାତୀ ଆତଙ୍କ । ଦନ୍ତାହାତୀର ଉପଦ୍ରବରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ଷଡଙ୍ଗୀ ରେଞ୍ଜର ଯୋରନ୍ଦା ସେକ୍ସନ୍ସ ଅନ୍ତର୍ଗତ ରାଧାଦେଇପୁର ଗ୍ରାମରେ ବୁଧବାର ରାତିରେ ଗୋଟିଏ ମଇଁଷି ମାରିବା ସହ ତିନିଗୋଟି ଆହତ ହୋଇଥିଲେ । ପରେ ଶୁକ୍ରବାର ରାତିରେ ଭୂଇଁପୁର ଗ୍ରାମରେ ଅନେକ ଗୁଡିଏ ପାଚେରୀ ଭାଙ୍ଗିବା ସହ ଘର ଭାଙ୍ଗିଥିଲା  ।

ଏବଂ ଅଳ୍ପକେ ୩ଗୋଟି ପରିବାରର ଲୋକମାନେ ବଞ୍ଚି ଯାଇଥିଲେ  । ପୁଣି ସୋମବାର ରାତିରେ ଯୋରନ୍ଦା ସେକ୍ସନ୍ସ ର ଟଭାପାଳ ଗ୍ରାମର ଗଣେଶ୍ୱର ଦାସଙ୍କର ଗୋଟିଏ ମଇଁଷି ମାରିବ ସହ ତିନିଗୋଟି ଆହତ ହୋଇଥିବା ବେଳେ ସୁଧାକର  ଦାସଙ୍କର ଦୁଇଟି ଆହତ ହୋଇଛନ୍ତି  । ଗଣେଶ୍ୱରଙ୍କ କହିବା ଅନୁଯାୟୀ ମଇଁଷିଟିର ମୂଲ୍ୟ ୬୦ ହଜାରରୁ ୭୦ ହଜାର  ମଧ୍ୟରେ ହେବ ଏବଂ ଏହାର କ୍ଷୀର ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ । ବନବିଭାଗ ସଜାଗ ଥିଲେ ମଧ୍ୟ ଦନ୍ତାଟି କାହାକୁ ମାନୁନାହିଁ ବୋଲି ଲୋକମାନେ କହୁଛନ୍ତି  ।

ଅନ୍ୟପଟେବନବିଭାଗ ସଜାଗ ଅଛି ବୋଲି କହିଛି  । ହେଲେ ହାତୀ ମଣିଷର ଲଢେଇରେ କାହାର କେତେବେଳେ ଜୀବନ ଯିବ କହି ହେଉନାହିଁ । ଦନ୍ତାଟି ଜନବସତି ମୁହାଁ ହେଉଥିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି ଏପରିକି ସଂଧ୍ୟା ନହେଉଣୁ ତାଟି କବାଟ ପଡି ଯାଉଛି  । ଦନ୍ତାଟିକୁ ଅନ୍ୟତ୍ର ନେଇ  ଯିବାପାଇଁ ସାଧାରଣରେ ଦାବି ହେଉଛି  । ଯଦି ଏହା ଏଠାରେ ରୁହେ ଆହୁରି ଧନଜୀବନ ନଷ୍ଟ କରିବ ସେଥିରେ ସନ୍ଦେହ ନାହିଁ  । ଏଣୁ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Related Post