Mon. May 13th, 2024

ବ୍ରହ୍ମକୁମାରୀ ସେବାକେନ୍ଦ୍ରର ରକ୍ତଦାନ ଶିବିର ୫୭ ୟୁନିଟ ରକ୍ତ ସଂଗ୍ରହ

212 Views

ଢେଙ୍କାନାଳ : ଢେଙ୍କାନାଳ ହରିପୁର ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ରଠାରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଡିଏଫ୍ଓ ରିଙ୍କୁ କୁମାରୀ, ସମ୍ମାନୀତ ଅତିଥିଭାବେ ସିଡିଏମ୍ଓ ଡା. ବାସୁଦେବ ବେହେରା, ସଦର ବିଡିଓ ସରୋଜ କୁମାର ଦତ୍ତ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତ  ସଙ୍କଟରୁ ରକ୍ଷାପାଇବା ପାଇଁ ହେଲେ ଅନ୍ୟ ଜଣେ ଉତ୍ସାହି ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇ ପାରିବ  ।

ବର୍ଷକୁ ଥରେ ହେଲେ ଜଣେ ବ୍ୟକ୍ତି ରକ୍ତଦାନ କରିବା କଥା ବୋଲି ଅତିଥିମାନେ ମତ ରଖିଥିଲେ । ଏଥିରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଭଉଣୀ ବ୍ରହ୍ମକୁମାରୀ ପ୍ରଭା, ବ୍ରହ୍ମକୁମାରୀ ମିନି, ବ୍ରହ୍ମକୁମାରୀ ରୀତା ପ୍ରମୁଖ ଯୋଗଦାନ କରିବା ସହିତ ରକ୍ତଦାନ ଉପରେ  ମତବ୍ୟକ୍ତ କରିଥିଲେ  ।

ଏଥିରେ ସେବାକେନ୍ଦ୍ରର ବ୍ରହ୍ମକୁମାର ବସନ୍ତ, ସଦାନନ୍ଦ, ଅନନ୍ତ, ଅରୁପ, ସନ୍ତୋଷ, ଦିଗାମ୍ବର, ଦୁର୍ଗାଚରଣ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗର, ପାଲଲହଡା ଏବଂ ହରିପୁର ଗ୍ରାମବାସୀମାନେ ମିଳିତଭାବେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ସମୁଦାୟ ୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା  ।

Related Post