Fri. Sep 25th, 2026

ଦ୍ୱିତୀୟ ଥର ଚୋରି କରିବାକୁ ଆସି ଧରାପଡ଼ିଲେ

271 Views

ଭୁବନେଶ୍ୱର : ଦ୍ୱିତୀୟ ଥର ଚୋରି କରିବାକୁ ଆସି ଧରାପଡ଼ିଲେ ଦୁଇ ଚୋର।  ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ଚନ୍ଦ୍ରଶେଖରପୁରର ରାଧାକୃଷ୍ଣ ବସ୍ତିରୁ ଏହି ଦୁଇ ଚୋରଙ୍କୁ ଗିରଫ କରିଛି ପୁଲିସ୍।

୫ମାସ ତଳେ ଏହି ଦୁଇ ଚୋର ଏହି ବସ୍ତିରେ ଜଣେ ମହିଳାଙ୍କୁ ତାଙ୍କର ଭବିଷ୍ୟତ ଉପରେ କହିବା ସହ ବିଶ୍ୱାସ ଜନ୍ମାଇଥିଲେ।  ଏହାପରେ ମଉକା ଦେଖି ୬ହଜାର ଟଙ୍କା ଓ ଏଲଇଡି ଟିଭି ଚୋରି କରି ପଳାଇଥିଲେ।

ଗତକାଲି ପୁଣି ଥରେ ଏହି ବସ୍ତିରେ ସମାନ ଢଙ୍ଗରେ ଚୋରି ପାଇଁ ସେମାନେ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲେ। ପୁଲିସ ଦୁଇ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

By amfnews

Related Post