Fri. Sep 25th, 2026

ଜେଲରୁ ଜାମିନ୍‌ ପାଇବା ପରେ ପ୍ରଥମ ଥର ରାମ ରହିମଙ୍କୁ ଭେଟିବାକୁ ଆସିଥିଲେ ହନିପ୍ରୀତ

253 Views

ରୋହତକ: ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଥିବା ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଦେଖା କରିବା ପାଇଁ ରୋହତକ ସୁନେରିଆ ଜେଲରେ ତାଙ୍କ ପାଳିତ କନ୍ୟା ହନିପ୍ରୀତ ପହଞ୍ଚିଥିଲେ।

ଦୁହେଁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଭେଟାଭେଟି ହେବା ପରେ ବହୁତ କିଛି ଆଲୋଚନା କରିଥିଲେ। ଜେଲରେ ବାବା ଗୁରମିତକୁ ଦେଖା କରିବା ପାଇଁ ହନିପ୍ରୀତ ଜେଲ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଏହି ଆବେଦନକୁ ଜେଲ ପ୍ରଶାସନ ସ୍ୱୀକାର କରିବା ପରେ ସେ ରାମ ରହିମଙ୍କୁ ଭେଟିବାକୁ ଆଇ-୨୦ କାରରେ ସୁନେରିଆ ଜେଲରେ ପହଞ୍ଚିଥିଲେ।

୨ବର୍ଷ ହେବ ହନିପ୍ରୀତ ବି ଅମ୍ବାଲା ଜେଲରେ ବନ୍ଦୀ ଥିଲେ। ଜେଲରୁ ଜାମିନ୍‌ ମିଳିବା ପରେ ହନିପ୍ରୀତ ପ୍ରଥମ ଥର ରାମ ରହିମଙ୍କୁ ଭେଟିଥିଲେ। ଗୁରମିତଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୦ ବର୍ଷ ଦଣ୍ଡ କାଟିବା ପାଇଁ ଦଣ୍ଡାଦେଶ ହୋଇଛି। ଗୁରମିତ ବର୍ଷେ ହେଲା ରୋହତକର ସୁନେରିଆ ଜେଲରେ କଏଦୀ ଭାବେ ରହୁଛନ୍ତି।

By amfnews

Related Post