Wed. Sep 23rd, 2026

ଗୁଳିମାଡ଼ରେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ

242 Views

ବାଲିଗୁଡ଼ା :  କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅଭିମନ୍ୟୁ ପଣ୍ଡା ଆଜି ସକାଳେ ଅଭିମନ୍ୟୁ ନିଜ ପାତ୍ରସାହି ସ୍ଥିତ ଘର ଆଗରେ ଛିଡ଼ା ହୋଇଥିଲେ। ଏହି ସମୟରେ ଗୋଟିଏ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରେ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଗୁଡ଼ା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ତାଙ୍କ ବାସଭବନ ସାମ୍ନାରୁ ଖୋକା ଜବତ କରିଛି ଓ ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ବାଲିଗୁଡ଼ା ସହରରେ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି। ତେବେ କେଉଁଥିପାଇଁ ଅଭିମନ୍ୟୁଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇପାରିନି।

By amfnews

Related Post