Mon. May 20th, 2024

ଜମ୍ମୁ-କାଶ୍ମୀର: ୧୪ଟି ଗ୍ରାମରେ ସେନା ପକ୍ଷରୁ ବଡ ଧରଣର ଅପରେସନ୍

By Manas Sep 3, 2018 #Featured
Army personnel moving towards a house where militants were reportedly holed up during an encounter at the Hajin area of Bandipora district in north Kashmir on Thursday. Express Photo by Shuaib Masoodi. 04.02.2016. *** Local Caption *** Army personnel moving towards a house where militants were reportedly holed up during an encounter at the Hajin area of Bandipora district in north Kashmir on Thursday. Express Photo by Shuaib Masoodi. 04.02.2016.
206 Views

କାଶ୍ମୀର, ସେପ୍ଟେମ୍ବର ୦୩ :

ଜମ୍ମୁ-କାଶ୍ମୀରରେ ପୁଣିଥରେ ଏକ ବଡ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ସେନା ପକ୍ଷରୁ ୧୪ଟି ଗ୍ରାମରେ ଏହି ଅପରେସନ ଚାଲିଛି । ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟର ପୁଲବାମା ଜିଲ୍ଲାର ୧୪ଟି ଗ୍ରାମରେ ଏହି ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ, ସେନା ମିଳିତ ଭାବେ କମ୍ବିଂରେ ସାମିଲ ହୋଇଛନ୍ତି ।

ହଜିବୁଲ କମାଣ୍ଡର ଜହୁର ଠୋକରର ପୈତୃକ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସେନା ଖବର ପାଇଥିଲା । ଶନିବାର ଦିନ ସେ ଲୁଚିଥିବା ଗ୍ରାମରେ ସେନା କମ୍ବିଂ କରିବା ସମୟରେ କିଛି ସ୍ଥାନୀୟ ବ୍ୟକ୍ତି ଯବାନଙ୍କ ଉପରେ ପଥରମାଡ କରିଥିଲେ । ପରେ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା । ଏହା ପରେ ଗତକାଲି ସୋପିଆନରେ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଆତଙ୍କୀ କମାଣ୍ଡର ଜୀନତ ଉଲ ଇସ୍ଲାମ ସମେତ ତିନି ସଦସ୍ୟ ଖସି ପଳାଇଥିଲେ ।

ଏହି ତଲାସୀ ଅଭିଯାନ ଚାଲିଥିବା ସମୟରେ କିଛି ବ୍ୟକ୍ତି ନିଜ ମୁହଁ ଲୁଚାଇ ସେନାର ଯବାନଙ୍କୁ ବିରୋଧ କରିବା ସହ ପଥର ମାଡ କରିଥିଲେ । ପରେ ସେନା ବାଧ୍ୟ ହୋଇ ଛଦ୍ମବେଶୀ ଆତଙ୍କୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏହା ପରେ ମଧ୍ୟ ପଥର ଫିଙ୍ଗାଳୀ ଚୁପ ହୋଇ ନଥିଲେ । ତେଣୁ ସେନା ପେଲେଟ୍ ଗନ୍ ଚଳାଇ ଏହି ପଥରମାଡକୁ କିଛି ସମୟ ପାଇଁ ରୋକ୍ ଲଗାଇଥିଲା ।

By Manas

Related Post