Mon. May 20th, 2024

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀ ବାସଭବନରେ ମୁକ୍ତିକାନ୍ତଙ୍କୁ କୋଣସି ଖରାପ ବ୍ୟବହାର କରାଯାଇ ନାହିଁ : ଭାଜପା

rklsanchar@gmail.com' By J.N. Pradhan Jun 30, 2018 #Featured
164 Views

ରାଉରକେଲା, ୩୦/୬: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ମୁକ୍ତିକାନ୍ତଙ୍କୁ କୋ÷ଣସି ପ୍ରକାରର ଦୁର୍ବ୍ୟବହାର କରାଯାଇ ନାହିଁ । ଏହା କେବଳ ବିଜେଡି ଓ କଂଗ୍ରେସର ରାଜନୀତି । ଏହି ଘୃଣ୍ୟ ରାଜନୀତିରେ ସେମାନେ ସଫଳ ହେବେ ନାହିଁ ବୋଲି ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କଡା ଭାବେ ଉଭୟ ଦଳକୁ ଭତ୍ସନା କରାଯାଇଛି । ସେକ୍ଟର-୩ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ନେତୃବୃନ୍ଦ ମୁକ୍ତିକାନ୍ତଙ୍କ ପଦଯାତ୍ରାର ରାଜନୀତିକରଣ ହୋଇଛି ବୋଲି କହିଥିଲେ ।

ଦଳର ରାଜ୍ୟ ସମ୍ପାଦକ ତଥା ମିଡିଆ ସେଲ୍ ପ୍ରମୁଖ ଧିରେନ ସେନାପତି କହିଛନ୍ତି ଯେ, ମୁକ୍ତିକାନ୍ତଙ୍କ ପଦଯାତ୍ରା ଏବଂ ତାଙ୍କ ଦ୍ୱାରା ଉଠାଇଥିବା ଦାବିକୁ ଦଳ ସ୍ୱାଗତ କରୁଛି । କେନ୍ତ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ କୋ÷ଣସି ଖରାପ ବ୍ୟବହାର କରାଯାଇନାହିଁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସେନାପତି କହିଛନ୍ତି । ରାଉରକେଲା ବାସିନ୍ଦା ମୁକ୍ତିକାନ୍ତ ବ୍ରାହ୍ମଣୀ ବ୍ରିଜ୍ ନିର୍ମାଣ ଏବଂ ଆଇଜିଏଚ୍ରେ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ଦାବି ନେଇ ଦିଲ୍ଲୀ ଯାତ୍ରା କରିଛନ୍ତି । ଗତକାଲି ଅପରାହ୍ନ୧ଘଟିକା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମଙ୍କ ବାସଭବନରେ ହଠାତ୍ ପହଞ୍ôଚଥିଲେ । ତାଙ୍କ ସହିତ ୧୫ରୁ ୨୦ ଜଣ ବ୍ୟକ୍ତି ଏବଂ ମହିଳା ସାଙ୍ଗରେ ଯାଇଥିଲେ ।

ସେ ସମୟରେ କେନ୍ଦ୍ରମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଥିଲେ ଏବଂ ମୁକ୍ତିକାନ୍ତ ବାବୁ ଆସିଥିବାର ଖବର ପାଇଲା ପରେ ସେ ବାସ ଭବନରେ ଥିବା କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁକ୍ତିକାନ୍ତଙ୍କୁ ପାଚ୍ଛୋଟି ନେବା ପାଇଁ ଏବଂ କର୍ମଚାରୀମାନେ ତାଙ୍କୁ ବାସଭବନ କାର୍ଯ୍ୟାଳୟରେ ବସାଇବା ସହିତ ତାଙ୍କୁ ଜଳପାନ କରାଇଥିଲେ । ମନ୍ତ୍ରୀ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଠିକ୍ ଅପରାହ୍ନ ୨ଘଟିକା ସମୟରେ ମନ୍ତ୍ରୀ ବାସଭବନରେ ପହଞ୍ଚି ମୁକ୍ତିକାନ୍ତଙ୍କ ସହିତ ତୁରନ୍ତ ଭେଟ କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଥମେ ଭୋଜନ କରିବା ପାଇଁ ଅନୁରୋଧ କରିଥିଲେ ।

କିନ୍ତୁ ମୁକ୍ତିକାନ୍ତ ପ୍ରଥମେ ଆଲୋଚନା କରିବା ପାଇଁ କହିଥିଲେ । ତେବେ ଆଲୋଚନା ବେଳେ ଗତ ୧୧ ତାରିଖ ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୋ÷ଧୁରୀ ବିରେନ୍ଦ୍ର ସିଂହ ରାଉରକେଲା ଆସି ଆଇଜିଏଚ୍ର ଆଧୁନିକରଣ ଶିଳାନ୍ୟାସ ସହ ଏହା ପର୍ଯ୍ୟାୟକ୍ରମେ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଓରାମ ମୁକ୍ତିକାନ୍ତଙ୍କୁ ଜଣାଇଥିଲେ । ଏହାସହିତ ଗତ ୨୩.୦୫.୨୦୧୮ରି ଦିନ ବ୍ରାହ୍ମଣୀ ବ୍ରିଜର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ଏବଂ ଏହି କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ମଧ୍ୟ ତାଙ୍କୁ ଜଣାଇଥିଲେ । ଏସବୁ ଆଲୋଚନା ପରେ ମୁକ୍ତିକାନ୍ତଙ୍କୁ ଶ୍ରୀ ଓରାମ ମଧ୍ୟାହ୍ନ ଭୋଜନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଜିଦ୍ ଧରି ବସିଥିଲେ । ଶ୍ରୀ ଓରାମ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିର୍ଦ୍ଧିଷ୍ଟ ନିୟମ ଅଛି ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବଦଳିଥିବା ସିକ୍ୟୁରିଟି ଏବଂ ପ୍ରୋଟୋକଲ୍ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ହଠାତ୍ ଭେଟିବା ସମ୍ଭବ ନୁହେଁ ବୋଲି ଶ୍ରୀ ଓରାମ ତାଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ହେଲେ ପୂର୍ବରୁ ଲିଖିତ ଅନୁରୋଧ ଦେବାକୁ ପଡ଼େ ଏବଂ ସିକ୍ୟୁରିଟି ଯାଞ୍ଚ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରେ । କାହାକୁ ଅନୁମତି ମିଳିବ ବା ନମିଳିବ ତାହା ପିଏମ୍ଓ ଉପରେ ନିର୍ଭର କରେ । ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସ୍ର ବ୍ୟାପାର ବୋଲି ସେ ତାଙ୍କୁ ଜଣାଇଥିଲେ । କିନ୍ତୁ ମୁକ୍ତିକାନ୍ତ କୋ÷ଣସି ଲିଖିତ ଅନୁରୋଧ ନକରି ହଠାତ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବୋଲି ଜିଦ୍ଧରି ତାଙ୍କ ବାସଭବନରୁ ବାହାରକୁ ଚାଲିଆସିଥିଲେ ।

ବାହାରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଖରାପ ବ୍ୟବହାର କଲେ ବୋଲି ମୁକ୍ତିକାନ୍ତ ଗଣମାଧ୍ୟମରେ କହିଥିଲେ । ଯାହା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର । ମନ୍ତ୍ରୀଙ୍କୁ ବଦ୍ନାମ କରିବାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଶ୍ରୀ ସେନାପତି କହିଛନ୍ତି । ଶ୍ରୀ ସେନାପତି କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲାରୁ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଯିଏ ବି ପହଞ୍ଚିଛି ତାଙ୍କୁ ଉଚିତ୍ ସମ୍ମାନ ଦିଆଯାଇଛି । ଏହା ଜନ ସାଧାରଣ ହିଁ କହିବେ । କୋ÷ଣସି ରାଜନୈତିକ ଦଳ, ସଂଗଠନ ବା ବ୍ୟକ୍ତି ଏହାର ରାଜନୈତିକ ଫାଇଦା ନଉଠାନ୍ତୁ ବୋଲି ଶ୍ରୀ ସେନାପତି ଅନୁରୋଧ କରିଛନ୍ତି । ତେବେ ଏଥିରେ ବିଜେଡି, କଂଗ୍ରେସ ମିଳିତ ଭାବେ ମୁକ୍ତିକାନ୍ତଙ୍କୁ ବ୍ୟବହାର କରୁଥିବା ଶ୍ରୀ ସେନାପତି ଦୃଢତାର ସହ କହିଛନ୍ତି ।

କିନ୍ତୁ ଏଥିରେ ଏହି ଦୁଇ ଦଳ ସଫଳ ହେବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ଜଗବନ୍ଧୁ ବେହେରା, ପ୍ରମିଳା ଦାସ, ଲତିକା ପଟ୍ଟନାୟକ, କଳ୍ପନା ଲେଙ୍କା, ଗଙ୍ଗାଧର ଦାସ, ଭଗବାନ ରାଉତ, ଦିଲ୍ଲୀପ ଦାସ,  ରାଇସନ୍ ତିକ୍ରୀ, ସୁବ୍ରତ ପଟ୍ଟନାୟକ, ଭବାନୀ କବି, ସୁବାଷ ପଣ୍ଡା, ଅଜୟ କଂସାରୀ, କୈଳାସ ରାଉତ, କେଦାର ମହାନ୍ତି, ଅରୁଣ ଲେଙ୍କା, ପ୍ରଫୁଲ୍ଲ ମିଶ୍ର, ପ୍ରବାଳ ରଞ୍ଜନ ବାରିକ, ବସନ୍ତ ସାମଲ, ଭ୍ରମର ବେହେରା, ଜିତେନ୍ଦ୍ର ଅଗ୍ରୱାଲ, ସେଖ୍ ମୁଜାହିଦ୍, ବିନ୍ଦର ସିଂହ ପ୍ରଭୃତି ଉପସ୍ଥିତ ଥିଲେ ।

Related Post