Sun. May 19th, 2024

କଂଗ୍ରେସ ଭବନରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ

rklsanchar@gmail.com' By J.N. Pradhan Jun 30, 2018 #Featured
161 Views

ରାଉରକେଲା, ୩୦/୬: ଜିଲା କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ରବି ରାୟ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, କଂଗ୍ରେସର ବରିଷ୍ଠ ନେତା ଅଜିତ ସାମଲ ଉପସ୍ଥିତ ଥିଲେ । ବିଭିନ୍ନ ଅଞ୍ଚଳରୁ ବହୁ ଦଳୀୟ କର୍ମୀ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଏବଂ ବିଭିନ୍ନ ବ୍ଲକ୍ କଂଗ୍ରେସ ସଭାପତିବୃନ୍ଦ ତଥା ବିଭିନ୍ନ ସେଲ୍ ଅଧ୍ୟକ୍ଷ ଏବଂ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ ।

ଜିଲା କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ବ୍ଲକ୍ କଂଗ୍ରେସ, ବୁଥ୍ କଂଗ୍ରେସ, ୱାର୍ଡ ସ୍ତରରୁ ମିଳିତ ଭାବେ ଶକ୍ତିଶାଳୀ କରାଯିବ ଦରକାର ବୋଲି କର୍ମୀ ଏବଂ ନେତାମାନେ ମତବ୍ୟକ୍ତ କରିଥିଲେ । ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଭାତୀ ମିଶ୍ର ମିଳିତ ଭାବେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଯୁବ କଂଗ୍ରେସ ସଭାପତି ପ୍ରବୋଧ ଦାସ, ଛାତ୍ର କଂଗ୍ରେସ ସଭାପତି ଶିବୁ ଦୀପ, ବ୍ଲକ୍ କଂଗ୍ରେସ ସଭାପତି ଫାରୁକ ଖାନ, ପୁରୁଖା ନେତା ବରିୟମ ସିଂ, ଜେ.ଏନ୍. କୁମାର, ବରିଷ୍ଠ କଂଗ୍ରେସ ନେତା ଅଜିତ ସାମଲ ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର କହିଲେ ଯେ, ଯେଉଁ କଂଗ୍ରେସ ଲୋକେ କଂଗ୍ରେସର କାର୍ଯ୍ୟକ୍ରମରେ ଯୋଗଦାନ ନ କରିବେ ସେମାନେ ପଛରେ ରହିଯିବେ । ମୁକ୍ତିକାନ୍ତ ବିଶ୍ୱାଳଙ୍କ ରାଉରକେଲାକୁ ଭଲ ପାଇବା ସହରବାସୀଙ୍କ ଦାବିକୁ ନେଇ ଚାଲି ଚାଲି ଦିଲ୍ଲୀ ପର୍ଯ୍ୟନ୍ତ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀରେ ଅପେକ୍ଷାରତ ଥିବା ଯୁବକଙ୍କୁ ଜିଲା କଂଗ୍ରେସ ତରଫରୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି ଏବଂ ଜିଲା କଂଗ୍ରେସ ତରଫରୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି କର୍ମୀ ସମ୍ମିଳନୀରେ ମହିଳା କଂଗ୍ରେସ ନେତ୍ରୀ ଲତା ନାଏକ, ବ୍ଲକ୍ କଂଗ୍ରେସ କମିଟି ସଭାପତି ଦୁସା ନାଏକ, ବ୍ଲକ୍ ସଭାପତି ରଘୁ ଦାସ, ଶଙ୍କର ଅଗ୍ରୱାଲ, ପ୍ରଫୁଲ ନାଏକ, ମାତାଦିନ ଜୟସ୍ୱାଲ, ରବୀନ୍ଦ୍ର ଭଞ୍ଜ, ବନମାଳୀ ବିଶୋୟୀ, ଘନଶ୍ୟାମ ସୁନା, ଭାସ୍କର ଖିଲାର, ରବି ଦାସ, ମହମ୍ମଦ ସମିମ, ପ୍ରେମଲାଲ ନାଗ, ଆପୁ ନାକେ, ମହମ୍ମଦ ଇମାମ, ମଝିଆ ପ୍ରଧାନ, ରାଜେଶ ଟପ୍ପୋ, ମାନୁ ସାମଲ, ସରୋଜ ଲେଙ୍କା, ସେକ୍ ଫିରଦୋସ, ହିତେଶ ଦେଉରୀ, ଶମିୟ ନାଏକ, ରବୀନ୍ଦ୍ର କୁମାର ମଲିକ, ପ୍ରଶାନ୍ତ ନାଏକ, ଅଜୟ ଖାଲକୋ, ସୁଶୀଲ ମହାନ୍ତ, ସର୍ବେଶ ସିଂ, ମହମ୍ମଦ ସାହାବୁଦ୍ଦିୁ. ଗିରିଜା ମିଶ୍ର, ସନ୍ଦୀପନ ମହାପାତ୍ର, ପ୍ରସନ୍ନ ଜେନା, ଶିବୁ ଓରାମ, ଶିବୁ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Post