Wed. May 15th, 2024

କେତେ ଫଳପ୍ରଦ ସ୍ପୁଟନିକ୍‌-ଭି!

By amfnews Apr 30, 2021 #Featured
96 Views

ଭୁବନେଶ୍ୱର, ଏପ୍ରିଲ ୨୯ : ବର୍ତମାନ ପୁରା ଦେଶରେ କରୋନା ର କହର ସବୁକିଛି ଅସ୍ତବ୍ୟସ୍ତ କରି ରଖିଛି । ଏହାରି ମଧ୍ୟରେ କରୋନା କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗଙ୍କୁ ଟୀକା କରଣ କରାଇବା ପାଇଁ ଘୋଷଣା କରିଛନ୍ତି । ତେବେ ମେ ପହିଲାରୁ ପୁରା ଧୋରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବର୍ଗ ମାନଙ୍କ ଟୀକାକରଣ ହେବାକୁ ଯାଉଛି ।

ଭାରତର ଦୁଇଟି ଦେଶୀୟ ଟୀକା କୁ ନେଇ ଲୋକଙ୍କ ବେଶ୍ ଆଗ୍ରହ ରହିଥିବା ବେଳେ ଋଷୀୟ ଟୀକା ସ୍ପୁଟନିକ୍‌-ଭି କୁ ନେଇ ଲୋକଙ୍କ ମନରେ ଦେଖା ଦେଇଛି ଦ୍ୱନ୍ଦ । ମାତ୍ର କିଛି ଦିନ ତଳେ ଭାରତରେ ସ୍ପୁଟନିକ୍‌-ଭି କୁ ମଞ୍ଜୁରୀ ମିଳିଛି । ଏହାପରେ କୋଭିସିଲ୍ଡ, କୋଭାକ୍ସିନ୍ ଭଳି ସ୍ପୁଟନିକ୍‌-ଭି କୁ ମଧ୍ୟ ଧୋରେ ଟୀକା କରଣରେ ବ୍ୟବହାର କରାଯିବ ବୋଲି ସ୍ପଷ୍ଟ ହୋଇଛି । 

ସ୍ପୁଟନିକ୍‌-ଭି ଯେ କେକେ ଫଳପ୍ରଦ ତାକୁ ନେଇ ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ତେବେ ଋଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି (ଆରଡିଏଫ୍‌) କହିଛି ଯେ ଏହି ସ୍ପୁଟନିକ୍‌-ଭି ର ଏଫିକେସି ବା ଫଳପ୍ରଦତା ୯୨ ପ୍ରତିଶତ ରହିଛି । ଅନ୍ୟ ଟୀକା ଘୁହିକ ପରି ଏହି ଟୀକାର ମଧ୍ୟ ଦୁଇଟି ମାତ୍ରା ବା ଡୋଜ୍ ଆବଶ୍ୟକ । କିନ୍ତୁ ଏହି ଟିକା ର ମାତ୍ରା କୋଜ୍ସିଲ୍ଡ ଏବଂ କୋଭାକ୍ସିନ୍ ଅପେକ୍ଷା ଅଳ୍ପ ବ୍ୟବଧାନରେ ପ୍ରୟୋଗ କରାଯାଇପାରେ । ପ୍ରାୟ ୨୧ ଦିନର ବ୍ୟବଧାନରେ ଏହି ଟୀକା ନେବାର ଆବଶ୍ୟକତା ରହିଛି । 

ଅନ୍ୟପଟେ ଟୀକା ସଂରକ୍ଷଣ କ୍ଷେତ୍ରରେ ଏହାକୁ ପାଉଡର ଆକାରରେ ସ୍ପୁଟନିକ୍‌-ଭି କୁ ୨ ରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ରଖାଯାଇପାରିବ । କିନ୍ତୁ ଏହାକୁ ତରଳ ବା ଲିକ୍ୟୁଡ୍ ଫର୍ମରେ ସଂରକ୍ଷଣ କରିବା ପାଇଁ ମାଇନସ୍ ୧୮ ଡିଗ୍ରୀ ତାପମାତ୍ରା ଆବଶ୍ୟକ । ଯାହା ଅନ୍ୟ ଟୀକା ଭଳି ପ୍ରାୟତଃ ସମାନ ।

ତେବେ ପ୍ୟତମରୁ ସ୍ପୁଟନିକ୍‌-ଭିର ପାଶ୍ୱର୍ ପ୍ରତିକ୍ରିୟାକୁ ନେଇ ଲୋକଙ୍କ ମନରେ ଅନେକ ଭୟ ରହିଛି । ଯେତେବେଳେ ଋଷରେ ପ୍ରଥମ ପଯାଁୟରେ ସ୍ପୁଟନିକ୍‌-ଭି ଦ୍ୱାରା ଟୀକାକରଣ ଆରମ୍ଭ ହୋଇଥିଲା ଏହି ଟୀକାର ପାଶ୍ୱର୍ ପ୍ରତିକ୍ରିୟାରେ ୪ ଜଣଙ୍କ ଜୀବନ ଯାଇଥିଲା ଯାହାକୁ ନେଇ ଏହି ଟୀକା ସେହି ସମୟରୁ ବିବାଦରେ ରହି ଆସିଛି । କିନ୍ତୁ ଭାରତରେ ଏହି ଟୀକାକୁ ୩ୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ହିଁ ମଞ୍‌ୁରୀ ମିଳିଛି । ତେଣୁ ଭୟ କରିବାର କୌଣସି ବିଷୟ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।

ଆଉ ଗୋଟିଏ ଦିନ ପରେ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକା କରଣ ଆରମ୍ଭ ହେବାକୁ ଥିବା ବେଳେ ଋଷ କୁ ସ୍ପୁଟନିକ୍‌-ଭି ର ସହାୟତା ପାଇଁ ଦଡ଼୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

By amfnews

Related Post