Wed. May 15th, 2024

ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୮୫୧ ଜଣ ସଂକ୍ରମିତ ଚିହ୍ନଟ ୨ ମୃତ

By amfnews Apr 30, 2021 #Featured
101 Views

ଭୁବନେଶ୍ୱର,ଏପ୍ରିଲ୨୯ ; ରାଜଧାନୀ କରୋନା ଦୈନିକ ସଂକ୍ରମଣରେ ରହୁନି ସ୍ଥିରତା କି କମୁନି ଗ୍ରାଫ୍‌। ବର୍ତମାନ ରାଜଧାନୀରେ କରୋନା ସଂକ୍ରମଣ କେଉଁ ଷ୍ଟେଜ୍ ରେ ରହିଛି ତାହା କହିବା ମୁସ୍‌କିଲ ହୋଇ ଗଲାଣି । କାରଣ ଦୈନିକ ସଂକ୍ରମଣରେ ପ୍ରତିଦିନ ଶହେ ରୁ ଉର୍ଦ୍ଧ ତାରତମ୍ୟ ରହୁଛି । ଗତ ୨୪ଘଣ୍ଟା ଭିତରେ ୮୫୧ ଜଣ ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନାର ସଂକ୍ରମଣ ମାମାଲା ଏବେ ଦୃତ ଗତିରେ ମାଡି ଚାଲିଥିଲା ବେଳେ ରାଜଧାନୀରେ ମଧ୍ୟ ସଂକ୍ରମଣ କମିବାର ଲକ୍ଷଣ କିଛି ଦେଖା ଯାଉନି। ଆଜି ୮୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଏଥି ମଧ୍ୟରୁ କେବଳ ସ୍ଥାନୀୟ ଅଚଂଳରୁ ୭୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୯୧୩ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩,୨୯୬ ରେ ପହଁଚିଛି । ସେହିପରି ଶେସ ୨୪ଘଣ୍ଟାରେ ୪୨୯ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ ୩୬୧୦୩ ଜଣ ସୁସ୍ଥ ହେଲେଣୀ । ଗତ ୨୪ଘଣ୍ଟା ଭିତରେ ପୁଣି ଦୁଇ ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୨୫୯ ରେ ପହଁଚିଛି । 

ତେବେ ୮୫୧ ଜଣ ସଂକ୍ରମିତଙ୍କ ଭିତରୁ ୭୫୫ ଜଣ ସ୍ଥାନୀୟ ଅଚଂଳରୁ ଚିହ୍ନଟ ହୋଇଥିଲା ବେଳେ ୯୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜି ଦିଆ ଯାଇଥିବା ସୂଚନା ଅନୁଯାୟୀ ପଟିଆରୁ ୬୧, ଖଣ୍ଡଗିରିରୁ ୪୬ଜଣ, , ନୟାପଲୀରୁ ୫୮, , ଓଲ୍ଡ ଟାଉନରୁ ୩୭, ଚନ୍ଦ୍ରଶେଖରପୁରରୁ ୩୨ , ଲକ୍ଷ୍ମି ସାଗର ରୁ ୩୪ , ଆଦି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

By amfnews

Related Post