Thu. Jul 2nd, 2026

କର୍ଣ୍ଣାଟକରେ ପେଟ୍ରୋଲ, ଡିଜେଲ ଦର ୨ ଟଙ୍କା କମିଲା

368 Views

ବେଙ୍ଗାଲୁର : ଆଜି କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲର ଦରରେ ଦୁଇଟଙ୍କା ହ୍ରାସ କରିଛନ୍ତି। କ୍ରମାଗତଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବାରୁ ଲୋକେ ବଡ଼ ଦୁଶ୍ଚିନ୍ତାରେ ଅଛନ୍ତି। ତେଣୁ  ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରରେ ଦୁଇଟଙ୍କା ହ୍ରାସ ସମ୍ପର୍କରେ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍‌ୀ ଏଚଡି କୁମରେସ୍ୱାମୀ।  ମୂଲ୍ୟ ହ୍ରାସ ପରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମ ଦିନର ଉପହାର ବୋଲିି ଶ୍ରୀ କୁମାର ସ୍ୱାମୀ କହିଛନ୍ତି।ି ନିଜ ପ୍ରତିକି୍ରିୟାରେ ଶ୍ରୀ କୁମାର ସ୍ୱାମୀ କହିଛନ୍ତି ଯଦି ରାଜ୍ୟ ସରକାର ଲୋକଙ୍କ କଷ୍ଟ ଅନୁଭବ କରି ଦୁଇ ଟଙ୍କା ଦର ହ୍ରାସ କରି ପାରୁଛନ୍ତି, ତେବେ କେନ୍ଦ୍ର ସରକାର କାହିଁକି ଏ ଦିଗରେ ପଦକ୍ଷେପ ନେଉ ନାହାଁନ୍ତି।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକରେ ପେଟ୍ରୋଲ ଲିଟର ପ୍ରତି ୮୨ ଟଙ୍କା୬ ପଇସା ଥିବା ବେଳେ ଡିଜେଲର ଲିଟର ପ୍ରତି ଦର ରହିଛି ୭୩ ଟଙ୍କା ୭୮ ପଇସା। ଗତ ୨ ମାସ ହେବ ପେଟ୍ରୋଲ ଦର ଲଗାତର ଭାବେ ବଢ଼ିବାରେ ଲାଗିଛି। ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ କୁମରସ୍ୱାମୀ କର୍ଣ୍ଣାଟରେ ପେଟ୍ରୋଲ ଓ ଡିଜେଲ ଉପରୁ ୨ଟଙ୍କାର ଭାଟ୍‌ ଛାଡ଼ କରିଛନ୍ତି। ଫଳରେ କର୍ଣ୍ଣାଟରେ ପ୍ରେଟ୍ରୋଲ ଦର ୮୦ଟଙ୍କା ୬ ପଇସା ଓ ଡିଜେଲ ଦର ୭୧ ଟଙ୍କା ୭୮ ପଇସା ହୋଇଛିି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ ତମ ଜନ୍ମ ଦିନ। ଏହି ଜନ୍ମ ଦିନରେ କର୍ଣ୍ଣାଟକ ସରକାର ତୈଳ ଦରରେ ଦୁଇଟଙ୍କା ହ୍ରାସ କରି ମୋଦି ସରକାରଙ୍କୁ ଚେତାଇ ଦେଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ପଶ୍ଚିିମ ବଙ୍ଗ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ସେମାନଙ୍କ ରାଜ୍ୟରେ ହ୍ରାସ କରି ସାରିଛନ୍ତି।

By amfnews

Related Post