Thu. Jul 2nd, 2026

ହିମାଚଳ ପ୍ରଦେଶ: ଦୁଇ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସେନା ଯବାନ

232 Views

ଧରମଶାଳା: ଗତରାତିରେ ହିମାଚଳ ପ୍ରଦେଶ ଅନ୍ତର୍ଗତ ଧରମଶାଳା କ୍ୟାଣ୍ଟଉନ୍‌ମେଣ୍ଟ୍‌ର ଜଣେ ସେନା ଯବାନ ଦୁଇ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି।

କଙ୍ଗ୍ରାର ଜଣେ ପୁଲିସ ଅଧିକାରୀ କହିଛନ୍ତି: ଗତରାତିରେ ୧୮ ଶିଖ ରେଜିମେଣ୍ଟ୍‌ର ଜଣେ ସୈନିକ ବାତୁଳ ପ୍ରାୟ ଆଚରଣ କରି ଆତ୍ମହତ୍ୟା କରିବା ପୂର୍ବରୁ ଦୁଇ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

କ୍ୟାଣ୍ଟଉନ୍‌ମେଣ୍ଟ୍‌ ଭିତରେ ରାତି ପ୍ରାୟ ୨ଟା ୧୫ ମିନିଟ୍‌ ସମୟରେ ଘଟଣା ଘଟିଥିବା କଥା ପୁଲିସ କହୁଛି।

ସୂଚନା ଅନୁଯାୟୀ, ସିପାହୀ ଯଶବୀର ସିଂହ ହାବିଲଦାର ହରଦୀପ ସିଂହ ଏବଂ ନାଏକ୍‌ ହର୍‌ପାଲ୍‌ ସିଂହଙ୍କୁ ନିଜର ଇନ୍‌ସାସ୍‌ ରାଇଫଲ୍‌ ଦ୍ୱାରା ଗୁଳି କରି ମାରିବା ପରେ ଆତ୍ମହତ୍ୟା କରିଛନ୍ତି।

ଦେଢ଼ ବର୍ଷ ତଳେ ଯଶବୀର ସେନାରେ ଯୋଗ ଦେଇଥିଲେ। ହରଦୀପ ସିଂହ ଏବଂ ହରପାଲ୍‌ ସିଂହ ସେନାରେ ଯଥାକ୍ରମେ ୨୩ ଏବଂ ୧୮ ବର୍ଷ ପୂରଣ କରି ସାରିଥିଲେ।

କେଉଁ ପରିସ୍ଥିତି ଯୋଗୁଁ ଯଶବୀର ଏ ଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ମିଲିଟାରି ଇଣ୍ଟେଲିଜେନ୍‌ସ୍‌ ଏବଂ କଙ୍ଗ୍ରା ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଛନ୍ତି।

ସୈନିକମାନଙ୍କ ଶବକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଛି।

By amfnews

Related Post