Sun. Oct 4th, 2026

ମୋଦିଙ୍କ ୬୮ତମ ଜନ୍ମଦିନ: ଆଜି ଜନ୍ମିଥିବା ଛୁଆଙ୍କୁ ତାମିଲନାଡୁ ବିଜେପିର ସୁନାମୁଦି ଉପହାର

311 Views

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମଦିନ ପାଳନ କରିବା ଅବସରରେ ଆଜି ଜନ୍ମ ନେଇଥିବା ଛୁଆଙ୍କୁ ତାମିଲନାଡୁ ବିଜେପି ସୁନାମୁଦି ଉପହାର ଦେଉଛି।

ଏକ ସରକାରୀ ଡାକ୍ତରଖାନାରେ ଜନ୍ମ ନେଇଥିବା ଛୁଆମାନଙ୍କୁ ତାମିଲନାଡୁ ବିଜେପି ମୁଖ୍ୟ ଏବଂ ସ୍ତ୍ରୀରୋଗ ବିଶେଷଜ୍ଞ ତାମିଲିସାଇ ସୌନ୍ଦରରାଜନ ସୁନାମୁଦି ଉପହାର ଦେଇଛନ୍ତି।

ଟୁଇଟର୍‌ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ବିଜେପି ତାମିଲନାଡୁ କହିଛି: ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ଜନପ୍ରିୟ ନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା।

ପ୍ରମୁଖ କାର୍ଯ୍ୟକ୍ରମ ପାଳନ ଅବସରରେ ତାମିଲନାଡୁରେ ରାଜନୈତିକ ଦଳ ସବୁ ମହଙ୍ଗା ଉପହାର ବଣ୍ଟନ କରନ୍ତି। ଫେବ୍ରୁଆରି ମାସରେ ଏଆଇଏଡିଏମ୍‌କେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜନ୍ମବାର୍ଷିକୀ ପାଳନ କରିବା ଅବସରରେ ସେ ଦିନ ଜନ୍ମ ନେଇଥିବା ୭ ଜଣ ଛୁଆଙ୍କୁ ସୁନାମୁଦି ଦେଇଥିଲା।

ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀ ନିର୍ବାଚନ ମଣ୍ଡଳୀରେ ମୋଦି ଆଜି ତାଙ୍କର ଜନ୍ମଦିନ ପାଳୁଛନ୍ତି। ସେଠାରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ତାଙ୍କ ଜୀବନାନୁଭୂତି ଦ୍ୱାରା ପ୍ରେରିତ ଚଳଚ୍ଚିତ୍ର ‘ଚଲୋ ଜୀତେ ହେ’କୁ କିଛି ସ୍କୁଲ୍‌ ପିଲାମାନଙ୍କ ସହ ମିଶି ଦେଖିବେ।

By amfnews

Related Post