Fri. Jul 3rd, 2026

କଟକ: ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ୱାମୀ

256 Views

କଟକ: କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର  ଉତ୍ତରସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜଣେ ଯୁବକ ଗତକାଲି ରାତିର ତାଙ୍କ ପତ୍ନୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଯୁବକ ଜଣକ ବାହାର ପଟୁ କବାଟଦେଇ ଫେରାର ହୋଇ ଯାଇଥିଲେ। ତେବେ ତାଙ୍କୁ ଆଜି ସକାଳେ ଟାଙ୍ଗି ଥାନା ଅଞ୍ଚଳରୁ ଗିରଫ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ,ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋକୁଳପୁର  ଉତ୍ତରସାହି ଗାଁର  ବଳରାମ ନାୟକ ସେହି ଗ୍ରାମରେ ରହୁଥିଲେ ମଧ ନିଜ ଘରେ ରହୁ ନ ଥିଲେ। ପାରିବାରିକ କଳହରୁ  ବଳରାମ ନିଜ ପତ୍ନୀ ଦମୟନ୍ତୀଙ୍କ ସହିତ ସେହି ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତେବେ ଭଡ଼ା ଘରେ ଅଲଗା ରହିବା ପରେ ବଳରାମ ତାଙ୍କ ପତ୍ନୀ ଦମୟନ୍ତୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏପରିକି  ଦମୟନ୍ତୀଙ୍କର ଭଡ଼ା ଘର ପାଖରେ ଜଣେ ବ୍ୟକ୍ତିଙ୍କ ସହିତ  ପରକୀୟା ପ୍ରୀତିଥିଲା ବୋଲିି ସନ୍ଦେହ କରି ପ୍ରାୟତଃ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା।

ଗତକାଲି ରାତିରେ ଏହି ଘଟଣାକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିଳମ୍ବିତ ରାତିରେ ବଳରାମ ପତ୍ନୀ ଦମୟନ୍ତ୍ରୀଙ୍କ ମୁଣ୍ଡକୁ ଘର ଭିତରେ ଥିବା ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲେ।  ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବଳରାମ  ଘର ଛାଡ଼ିି ଟାଙ୍ଗି ଥାନା ଜରପଡ଼ା ଗାଁରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଯାଇ ରାତିରେ ରହିଥଲେ। ଏହି ହତ୍ୟାକାଣ୍ଡ ସମ୍ପର୍କର୍ରେ ପଡୋଶୀଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଜରପଡ଼ା ଗ୍ରାମରୁ  ବଳରମଙ୍କୁ ଧରି ଥାନାକୁ ଆଣିଛି ବୋଲି ପୁଲିସ କହିଛି।

By amfnews

Related Post