Sun. Sep 13th, 2026

ନରହତ୍ୟା ଅଭିଯୋଗରେ ଝାରସୁଗୁଡ଼ା ଜେଲରେ ଥିବା ଯୁବକଙ୍କର ଅସ୍ୱାଭାବିକ ମୃତ୍ୟୁ

263 Views

ଝାରସୁଗୁଡ଼ା:ଝାରସୁଗୁଡ଼ା ଜେଲର ନରହତ୍ୟା ମାମଲାରେ ବିଚରାଧୀନ କଏଦୀ ଭାବେ ଥିବା ଜଣେ ଯୁବକଙ୍କର ଆଜି ସକାଳେ ଅସ୍ୱାଭାବିକଭାବେ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାମ ବିନାଦ କିସାନ(୩୪ ବର୍ଷ)।

ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନ ଅନ୍ତର୍ଗତ ମରକାଧୁଡ଼ା ଗ୍ରାମର ବିନୋଦ କିସାନ ୨୦୧୪ ମସିହା ଜୁନ ୧୫ ତାରିଖ ଦିନ ନିଜର ପତ୍ନୀ ଓ ୭ ମାସର ଶିଶୁ ପୁତ୍ରକୁ ନିଆଁରେ ପୋଡ଼ି ମାରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ବିନୋଦଙ୍କ ଶ୍ୱଶୁର ଠେଲକୁଲି ଅଞ୍ଚଳର ମହାଦେବ କିସାନଙ୍କ ଅଭିଯୋଗ ଭିତ୍ତିରେ ବିନୋଦଙ୍କୁ ଜୁନ ୧୮ତାରିଖରେ ଗିରଫ କରାଯାଥିଲା।

ସେହିଦିନରୁ ପ୍ରାୟ୪ ବର୍ଷ ରୁ ଊର୍ଧ୍ୱ ସମୟ ଧରି ବିନୋଦ ଝାରସୁଗୁଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଆଜି ସକାଳେ ପ୍ରାର୍ଥନା ସଭା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏକେ ଅଟୋ ଯୋଗେ ବିନୋଦଙ୍କୁ ଡାକ୍ତରଖାନ ଅଣାଯାଇଥିଲା। ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post