Sat. Jun 13th, 2026
318 Views

ଭୁବନେଶ୍ବର : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିବେ। ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରେ ତାଙ୍କର ଏହା ଗୃହରେ ପ୍ରଥମ ଅଭିଭାଷଣ ହେବ। ଅଭିଭା‌ଷଣ ପରେ ଗୃହରେ ପରଲୋକଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ। ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସି ଆଲୋଚନା ଆରମ୍ଭ ହେବ। ୫ ଓ ୬ ତାରିଖରେ ଏହି ଆଲୋଚନା ଜାରି ରହିବ। ୭ ତାରିଖରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ମସିହାର ବଜେଟ୍‌ ଉପସ୍ଥାପନ କରିବେ।

ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ୪ ମାସ ପାଇଁ ଲେଖାନୁଦାନ ପ୍ରସ୍ତାବ ଆସିବ ଓ ତାହା ଉପରେ ଆଲୋଚନା ହେବ। ୮ ତାରିଖରେ ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରି ବିଲ୍‌ ଗୃହୀତ ହେବ। ୯ ଓ ୧୦ ତାରିଖରେ ଦ୍ବିତୀୟ ଶନିବାର ଓ ରବିବାର ପଡ଼ୁଥିବାରୁ ଗୃହ ଚାଲିବ ନାହିଁ। ୧୧ ତାରିଖରେ ସରକାରୀ କାର୍ଯ୍ୟଦିବସ ଓ ୧୨ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନର ଅବଧି କମ୍ ଥିଲେ ବି ଆଗକୁ ନିର୍ବାଚନ ଥିବାରୁ ଗୃହ ସରଗରମ ହେବାର ସମ୍ଭାବନା ରହିଛି।

By amfnews

Related Post