Fri. Apr 24th, 2026

ପତ୍ନୀଙ୍କୁ ୪୦ ଥର ଛୁରି ଭୁସି ହତ୍ୟା କଲେ ପତି

313 Views

ଗୁରୁଗ୍ରାମ: ଅଶୋକ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ୪୦ରୁ ଅଧିକ ଥର ଛୁରି ଭୁସି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ରବିବାର ଦିନ ପୁଲିସ କହିଛି। ଏହି ଘଟନାରେ ୨୮ ବର୍ଷିୟ ପଙ୍କଜ ଭରଦ୍ୱାଜ ଏବଂ ତାଙ୍କ ସହଯୋଗୀ ୩୯ ବର୍ଷିୟ ନଶିମ ଅହମେଦଙ୍କୁ ନରହତ୍ୟା ଅଭିଯୋଗରେ ଗିରଫ କରାଯାଇଥିବା କଥା ଗୁରୁଗ୍ରାମ ପୁଲିସ ଲୋକସମ୍ପର୍କ ଅଧିକାରୀ ସୁଭାଷ ବୋକନ କହିଛନ୍ତି।

୪୦ ଊର୍ଦ୍ଧ୍ୱ ଛୁରାଘାତରେ କ୍ଷତାକ୍ତ ହୋଇ ବଂଶିକା ଶର୍ମା ଶନିବାର ଦିନ ମରିପଡ଼ିଥିବାର ଦେଖାଯାଇଥିଲା ବୋଲି ସେ କହିଛନ୍ତି। ଘଟନା ପର ଠାରୁ ଭରଦ୍ୱାଜ ନିରୁଦ୍ଦେଶ ହୋଇ ଯାଇଥିଲେ। ସେ ଥିଲେ ଆମର ମୁଖ୍ୟ ସନ୍ଧିଗ୍ଧ। ଟେକ୍ନିକାଲ୍‌ ସର୍ଭିଲାନ୍‌ସ୍‌ ସହାୟତାରେ ରବିବାର ଦିନ ଆମେ ତାଙ୍କୁ ଲକ୍ଷ୍ମଣ ବିହାର ଅଞ୍ଚଳରୁ ଗିରଫ କରିଛୁ।

ଏପ୍ରିଲ୍‌ ୨୦୧୬ରେ ଭରଦ୍ୱାଜ ଓ ଶର୍ମା ବିବାହ କରିଥିଲେ।ପଚରା ଉଚୁରା ବେଳେ ଅଭିଯୁକ୍ତ ଭରଦ୍ୱାଜ କହିଛନ୍ତି କି, ହଂସିକା ତାଙ୍କୁ ଗାଳିଗୁଲଜ ଓ ଅପମାନ ଦେଉଥିବା କାରଣରୁ ଉଭୟଙ୍କ ମଧ୍ୟରେ ସବୁଦିନ କଳିକଜିଆ ଲାଗୁଥିଲା।

ସେ ଆହୁରି ଅଭିଯୋଗ କରିଛନ୍ତି କି, ଶଶୁରଘର ଲୋକେ ବି ତାଙ୍କୁ ନିୟମିତ ଅପମାନ ଦେଉଥିଲେ।

ସବୁବେଳେ ନିର୍ଯାତନା ସହି ସହି ଅଭିଯୁକ୍ତ ହଂସିକାଙ୍କୁ ମାରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ବୋଲି ପୁଲିସ ଅଧିକାରୀଜଣକ କହିଛନ୍ତି।

By amfnews

Related Post