Fri. Apr 24th, 2026

ବଜେଟ୍‌ ଅଧିବେଶନ ପାଇଁ ସୁରକ୍ଷା କଡ଼ାକଡ଼ି, ୩୦ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ

????????????????????????????????????
420 Views

ଭୁବନେଶ୍ୱର : ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍‌ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଅପରାହ୍‌ଣରେ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାସ୍ଥଳ ଯାଞ୍ଚ କରିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି। ୩୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୧ଶହ ଅଫିସର୍‌ ଏଠାରେ ନିୟୋଜିତ ହେବାକୁ ଯାଉଛନ୍ତି। ଏହାସହ ୨ ୟୁନିଟ୍‌ ଏସ୍‌ଓଜି ଯବାନ ମଧ୍ୟ ଏହି ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ଏହି ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା, ଆନ୍ଦୋଳନ କରାଯାଉଥିବାରୁ ଲୋୟର ପିଏମ୍‌ଜିରେ ଏକ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ଏହାସହ ବିଧାନସଭା କୋଠା ଓ ପରିସରକୁ ସିସିଟିଭି ସ୍କାନର୍‌ରେ ରଖାଯାଇଛି। ଫେବ୍ରୁ୍ଆରି ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜେଟ୍‌ ଅଧିବେଶନରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଡିଜି ଡା. ଶର୍ମା।

By amfnews

Related Post