Mon. May 13th, 2024

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

272 Views

ଯୋରନ୍ଦା : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋଲକ ବିହାରୀ ନାୟକ (୭୪)ଙ୍କର ବୁଧବାର ପ୍ରତ୍ୟୁଷରୁ ନିଜସ୍ୱ ବାସ ଭାବନରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ  । ଚାକିରି ଜୀବନରୁ ଅବସର ନେବାପରେ ଯୋରନ୍ଦା ଅଞ୍ଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହୋଇ ଲୋକମାନଙ୍କ ନିକଟତର ହୋଇ ପାରିଥିଲେ ।

ଯୋରନ୍ଦା ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି, ଯୋରନ୍ଦା ବିକାଶ ପରିଷଦର ସକ୍ରିୟ ସଭ୍ୟ, ଯୋରନ୍ଦା ମୁନି ସମାଜର ସଭାପତି ରୂପେ ଅନେକ ଦିନ ରହି ସୁଚାରୁରୂପେ  କାର୍ଯ୍ୟ ତୁଲାଇ ଆସିଥିଲେ  । ଶିକ୍ଷକତା ଜୀବନରେ ଛାତ୍ର ଓ ଅଭିଭାବକ ମହଲରେ ସ୍ମରଣୀୟ ହୋଇ ପାରିଥିଲେ । ତାଙ୍କର ଛାତ୍ର ଛାତ୍ରୀମାନେ ଅନେକ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ  । ସେ ଜଣେ ଭଦ୍ର, ପରୋପକାରୀ, ଧର୍ମପ୍ରାଣା ବ୍ୟକ୍ତି ଥିଲେ । ପରଲୋକ ଖବର ପ୍ରଚାରିତ ହେବାପରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି, ଜନସାଧାରଣ ପହଞ୍ଚି ଶେଷ ସମ୍ମାନ ଜଣାଇବା ସହ ପିରବାରକୁ ସମବେଦନା ଜଣାଇଥିଲେ  ।

ତାଙ୍କୁ ସମ୍ମାନ ଜଣାଇ ବୁଧବାର ଯୋରନ୍ଦା ବଜାର ବନ୍ଦ ରହିଛି  । ଏହି ଶୋକ ସବ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସବ ସକ୍ରାର କରାଯାଇଛି  । ତାଙ୍କର ତୃତୀୟ ପୁତ୍ର ପୂର୍ବତନ ଯୋରନ୍ଦା ସରପଞ୍ଚ ସର୍ବେଶ୍ୱର ନାୟକ ମୁଖାଗ୍ନି ଦେଇଛନ୍ତି  । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି  ।

Related Post