Tue. May 14th, 2024

ପୂର୍ବତନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବିୟୋଗରେ ଓକିଲ ସଂଘର ଶୋକ

187 Views

ଢେଙ୍କାନାଳ : ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ବହ୍ଲବ ଦାଶ ଅଦ୍ୟନ ମୋହତାଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ତରଫରୁ ଏକ ଶୋକ ଦିବସ ବୁଧବାର ସଭାଗୃହରେ ପାଳିତ ହୋଇଯାଇଛି  । ଏଥିରେ ସଂଘର ଉପସଭାପତି ସରୋଜ କୁମାର ପାଢୀଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନ୍ଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ନବକିଶୋର ଗୁରୁ, ଓମ୍ପ୍ରକାଶ ଶରଣ, ନିର୍ମଳ ମିଶ୍ର, କିଶାନ ବିଶ୍ୱାଳ ପ୍ରମୁଖ ବିଚାରପତିଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ  ।

ସ୍ୱର୍ଗତ ମୋହତା ସେପ୍ଟେମ୍ବର ୫ତାରିଖ ୧୯୯୪ ମସିହାରୁ ୨୫ ଅପ୍ରେଲ୍ ୧୯୯୫ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିଥିଲେ  । ତାଙ୍କର ବିଚାରପତି ଦାୟିତ୍ୱ ସମୟରେ ଗୁଡିଏ ଐତିହାସିକ ରାୟମାନ ପ୍ରଦାନ କରିଥିଲେ  । ସ୍ୱର୍ଗତ ମୋହତା ଅବସର ନେବାପରେ ସରକାରଙ୍କର କୌଣସି ଦାୟିତ୍ୱ ମଧ୍ୟ ନେଇନଥିଲେ  । ତାଙ୍କର ମୃତ୍ୟୁ ମଙ୍ଗଳବାର ସଂଧ୍ୟାରେ ଘଟିଥିଲା  । ବୁଧବାର ଅନୁଷ୍ଠିତ ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଟଙ୍କଧର ବେହେରା, ଉତ୍ତମ ଦାଶ, ଶ୍ରୀଧର ମିଶ୍ର, ମିହିର ପ୍ରଧାନ, ପ୍ରତାପ ନାରାୟଣ ତ୍ରିପାଠୀ, ବିଜେଶ୍ ରାଉତ, ଅକ୍ଷୟ ଭୋଇ ପ୍ରମୁଖ ଆଇନ୍ଜୀବୀ ଉପସ୍ଥିତ ଥିଲେ  ।

Related Post