Mon. May 13th, 2024

ଆଦର୍ଶ ରୋଷଶାଳା ଉଦ୍ଘାଟିତ

212 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ବିଦ୍ୟାଳୟକୁ ଯାଉଥିବା ୬ ରୁ ୧୪ ବର୍ଷର ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ଅପପୃଷ୍ଟିର ଅଭାବ ଜନିତ ପୃଷ୍ଟିହୀନତା ଓ ରକ୍ତ ହୀନତା ଦୂର କରିବା ପାଇଁ ମଧ୍ୟାହ୍ନ ଭୋଜନରେ ପୁଷ୍ଟିଯୁକ୍ତ ଚାଉଳ ଓ ଅଣୁପୋଷଣ ପାଉଡର ଦିଆଯାଉଛି  । ମଧ୍ୟାହ୍ନ ଭୋଜନରେ ଖାଦ୍ୟ ରନ୍ଧନ ବା ପ୍ରସ୍ତୁତି ଏକ ସ୍ୱାସ୍ଥ୍ୟକର ପରିବେଶରେ ହେବା ଏକାନ୍ତ ଆବଶ୍ୟକ  ।

ଏଥିରେ ପାଚିକା ତଥା ସହାୟିକାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ସହଯୋଗରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି  । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ବ୍ଲକରେ ଗୋଟିଏ କରି ଉନ୍ନୀତ ଆଦର୍ଶ ରୋଷେଇ ଓ ଭଣ୍ଡାର ଗୃହ ନିର୍ମାଣ କରାଯାଉଛି  ।

ମଙ୍ଗଳବାର ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟରେ ଓଡାପଡା ବ୍ଲକର ଧଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ କାମାକ୍ଷାନଗର ବ୍ଲକର ସୋଗର ଉ.ପ୍ରା ବିଦ୍ୟାଳୟରେ ପ୍୍ରତମ କରି ଉନ୍ନୀତ ଆଦର୍ଶ ରୋଷେଇ ଓ ଭଣ୍ଡାର ଗୃହ ସଂପୂର୍ଣ୍ଣ ହୋଇଯାଇଛି  । ଏହି ଦୁଇଟି ରୋଷେଇ ଗୃହକୁ ମଙ୍ଗଳବାର ଉଦ୍ଘାଟନ କରାଯାଇଛି  ।

ଏହି ଉଦ୍ଘାଟନୀ ଉତ୍ସବରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଭାରତର କଣ୍ଟ୍ରି ଡାଇରେକ୍ଟର ଡଃ. ହାମିଦ ନୁରୁ, ପ୍ରଦିପ ଚାଓଡା, ଡାଇରେକ୍ଟର ସୋଡେକ୍ସୋ ଓ ଅତିରିକ୍ତ ଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକଙ୍କ ସମେତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ହିିମାଂଶୁ ବଳ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଧଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ଥିଲେ  ।

Related Post