Thu. Oct 8th, 2026

ଶ୍ୱଶୁର ଘର ଗାଁ ରାସ୍ତାରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

208 Views

କଣ୍ଟାବାଞ୍ଜି : ଶ୍ୱଶୁର ଘର ଗାଁ ରାସ୍ତାରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ବଡ଼ସାଇମାରା ଗାଁରେ। ମୃତକଙ୍କ ନାଁ ଶିବ ବନଗୁଲା। ତାଙ୍କ ଘର ବେଲପଡ଼ା ଥାନା ଅନ୍ତର୍ଗତ ଭାଲୁବାହାଲିରେ।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଶିବ ତାଙ୍କ ସମ୍ପର୍କୀୟ ଭାଇ ସହିତ ଶ୍ୱଶୁର ଘର ଗାଁ ବଡ଼ସାଇମାରା ଯାଇଥିଲେ। ସେଠାରେ ପୂର୍ବରୁ ଥିବା ନିଜ ସ୍ତ୍ରୀକୁ ସେ ଡାକିଥିଲା। ହେଲେ ଏତେ ରାତିରେ କାହିଁକି ଆସିଛ କହି ଶ୍ୱଶୁର ଘର ଲୋକେ ଶିବଙ୍କୁ ବାହାର କରିଦେଇଥିଲେ।

ଆଜି ସକାଳେ ଶିବଙ୍କ ମୃତଦେହ ବଡ଼ସାଇମାରା ଗାଁର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା। ଶିବଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଖବର ପାଇ ମୁରିବାହାଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post